ETV Bharat / city

କୋଭିଡ ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜ୍‌ରେ ଓଡିଶା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Aug 5, 2022, 6:05 PM IST

ରାଜ୍ୟରେ କୋରୋନା ଚତୁର୍ଥ ଲହର ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଅଧି୍କ ପଢ଼ନ୍ତୁ

public health director niranjan mishra on 4th wave of covid
ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା !

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ୧୫ଦିନ ହେବ ଏକ ହଜାର ଭିତର ଉପର ହେଉଛି ସଂକ୍ରମଣ l ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ(Odisha Public Health Director) ଏହି ପରିପ୍ରେକ୍ଷୀରେ ଓଡ଼ିଶା ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ରହିଥିବା କହିଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଦିଲ୍ଲୀରେ ଚତୁର୍ଥ ଲହର ଅତିକ୍ରମ କଲାଣି । ପ୍ରାୟ ଓଡ଼ିଶା ମଧ୍ୟ ସେହି ଷ୍ଟେଜରେ ରହିଛି । ରାଜ୍ୟରେ ଦୈନିକ ୨୦ହଜାର ଉପରକୁ ଟେଷ୍ଟ ହେଉଥିବାବେଳେ, ମାତ୍ର ୭୦୦ରୁ ୮୦୦ କେସ୍‌ ଆସୁଛି ।"

ଚତୁର୍ଥ ଲହର ଅତିକ୍ରମ କରିବା ଷ୍ଟେଜରେ ଓଡିଶା

ସେ ଆହୁରି କହିଛନ୍ତି, "ସବୁଠୁ ବଡ଼ କଥା ହେଉଛି ଲୋକଙ୍କ ଲକ୍ଷଣ କମ ରହିଛି ଏବଂ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ହ୍ରାସ ପାଇଛି l ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଡାକ୍ତରଖାନାରେ କମ ଅଛି । ଭ୍ୟାକସିନେସନ ଫଳରେ ଲୋକଙ୍କ ଶରୀରରେ କମ ଲକ୍ଷଣ ଦେଖାଯାଉଛି । ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ଷ୍ଟାଟିକ ଅବସ୍ଥାରେ ରହି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ।"

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ଲକ୍ଷ ୧୭ ହଜାର ୩୦୯ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୧୩ଲକ୍ଷ ୧ ହଜାର ୯୩୦ ଜଣ ସୁସ୍ଥ ହେଲେଣି । ଏଥିସହ ୬ ହଜାର ୧୮୧ଟି ଆକ୍ଟିଭ କେସ ରହିଛି । ତେବେ ରାଜ୍ୟର ସୁନ୍ଦରଗଡ଼ରେ ସର୍ବାଧିକ ୧୫୪୫ ଆକ୍ଟିଭ କେସ ରହିଥିବାବେଳେ ଖୋର୍ଦ୍ଧାରେ ୯୭୭ ଜଣ ଆକ୍ଟିଭ କେସ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.