ETV Bharat / city

୧୨ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି, ରାଜ୍ୟରେ ମରୁଡ଼ି ଆଶଙ୍କା - ସ୍ବଳ୍ପ ବୃଷ୍ଟି

ଜୁନ ଯାଇ ଜୁଲାଇ ହେଲାଣି କିନ୍ତୁ ଆଁ କରିଛି କ୍ଷେତ । ଏପର୍ଯ୍ୟନ୍ତ ମଧ୍ୟ ରୁଆ ହୋଇନାହିଁ ଧାନ । କାରଣ ଚଳିତ ବର୍ଷ ରାଜ୍ୟରେ ନାହିଁ ବର୍ଷା । ସେପଟେ ସରକରଙ୍କ ତଥ୍ୟ କହୁଛି 12 ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ସ୍ବଳ୍ପ ବୃଷ୍ଟି ହୋଇଛି । ଯାହା ମରୁଡ଼ି ଆଡ଼କୁ ମୁହାଁଉଛି ବୋଲି ଅନୁମାନ କରିଛି କୃଷି ବିଭାଗ । ଅଧିକ ପଢନ୍ତୁ..

୧୨ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି, ରାଜ୍ୟରେ ମରୁଡ଼ି ଆଶଙ୍କା

author img

By

Published : Jul 22, 2020, 4:00 PM IST

ଭୁବନେଶ୍ବର: ରାଜ୍ୟରେ ୧୨ଟି ଜିଲ୍ଲାରେ ଚଳିତ ବର୍ଷ ସ୍ଵାଭାବିକ ଠାରୁ କମ ବର୍ଷା ହୋଇଛି । କମ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି । ୩୦ଜିଲ୍ଲା ମଧ୍ୟରୁ କେବଳ ଝାରସୁଗୁଡା ଜିଲ୍ଲାରେ ୨୧.୭ ଅଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ବର୍ଷା ଅଭାବ ଯୋଗୁଁ ଚାଷୀ କୂଳରେ ଏକପ୍ରକାର ହାହା କାର ସୃଷ୍ଟିହୋଇଛି ।

୧୨ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି, ରାଜ୍ୟରେ ମରୁଡ଼ି ଆଶଙ୍କା
୧୨ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି, ରାଜ୍ୟରେ ମରୁଡ଼ି ଆଶଙ୍କା
ଏହି ସବୁ ଜିଲ୍ଲା ଗୁଡ଼ିକ ହେଉଛି ଯଥାକ୍ରମେ-ପୁରୀ, କେନ୍ଦ୍ରାପଡା, ବାଲେଶ୍ବର, ଢେ଼ଙ୍କାନାଳ, ସୁବର୍ଣ୍ଣପୁର, ଜଗତସିଂହପୁର ,ନୟାଗଡ଼, କଟକ, ଯାଜପୁର ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ସ୍ଵାଭାବିକ ଠାରୁ କମ ବର୍ଷା ହୋଇଛି । ଜୁନ ଓ ଜୁଲାଇ ମାସରେ ୧୧.୪ ପ୍ରତିଶତ କମ ବର୍ଷା ଏହି ସବୁ ଜିଲ୍ଲାରେ ହୋଇଛି ।

ଚଳିତବର୍ଷ ପୁରୀରେ ୬୫.୮ ମିଲିମିଟର କମ ବର୍ଷା ହୋଇଛି ,ତା ପଛକୁ ରହିଛି କେନ୍ଦ୍ରାପଡା ଜିଲ୍ଲା । ଯେଉଁଠି ୫୦.୭ ମିଲିମିଟର କମ ବର୍ଷା ହୋଇଛି ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ-ଜୁଲାଇ ମାସରେ ଏଭଳି ସ୍ଥିତି ଚାଷୀ କୂଳକୁ ଚିନ୍ତାରେ ପକାଇଛି । ଯଦି ଏଭଳି ପରିସ୍ଥିତି ଜାରି ରହେ ଆଗାମୀ ଦିନରେ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବର୍ଷା ନହେବାରୁ ରାଜ୍ୟରେ ଏପର୍ଯ୍ୟନ୍ତ ତଳି ରୁଆ ହେଇପାରିନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.