ETV Bharat / city

ହାଲୁକା କୁହୁଡିରେ ଆଚ୍ଛାଦିତ ହେବ ଆଭ୍ୟନ୍ତରୀଣ ଜିଲ୍ଲା - ରାଜ୍ୟ ପାଣିପାଗ ଅପଡେଟ

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ହାଲୁକା କୁହୁଡି ଦେଖାଦେବ । 5 ଦିନ ପାଇଁ ରାଜ୍ୟରେ ପାଗ ଶୁଖିଲା ରହିବ । ଅଧିକ ପଢନ୍ତୁ...

ହାଲୁକା କୁହୁଡିରେ ଆଚ୍ଛାଦିତ ହେବ ଆଭ୍ୟନ୍ତରୀଣ ଜିଲ୍ଲା

author img

By

Published : Dec 26, 2020, 8:57 PM IST

ଭୁବନେଶ୍ବର: ହାଲୁକା କୁହୁଡିରେ ଢାଙ୍କି ହେବ ଆଭ୍ୟନ୍ତରୀଣ ଜିଲ୍ଲା । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ହାଲୁକା କୁହୁଡି ଦେଖାଯିବ । ଆସନ୍ତା 5 ଦିନ ପାଇଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ହାଲୁକା କୁହୁଡିରେ ଆଚ୍ଛାଦିତ ହେବ ଆଭ୍ୟନ୍ତରୀଣ ଜିଲ୍ଲା

ସୁନ୍ଦରଗଡ, ମାଲକାନଗିରି, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, କଳାହାଣ୍ଡି, କଟକ, ନୟାଗଡ଼, କେନ୍ଦୁଝର, କୋରାପୁଟ ଏବଂ ବଲାଙ୍ଗୀର ଆଦି ଜିଲ୍ଲାରେ ହାଲକା କୁହୁଡି ଦେଖାଦେବ । ଏଠାରେ ଦୃଶ୍ୟମାନ ଦୂରତା ୮୦୦ ରୁ ୨୦୦ ମିଟର ରହିବ । ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିପାରେ ଏବଂ ଉପକୂଳରେ ସମାନ ତାପମାତ୍ରା ରହିବ ।

ସେହିପରି ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୫.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ୭ ଟି ସ୍ଥାନରେ ୧୦ ଡିଗ୍ରୀ ସେଲସିୟସରୁ କମ ରାତ୍ରି ତାପମାତ୍ରା ରହିଛି । ଦାରିଙ୍ଗିବାଡିରେ ୬, କୋରାପୁଟରେ ୮.୨, ଝାରସୁଗୁଡାରେ ମଧ୍ୟ ୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୩.୮ ଓ ୧୨ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.