ETV Bharat / city

Sanjay Das Burma PA Murder Case: ୩ ପ୍ରତ୍ୟକ୍ଷଦର୍ଶୀଙ୍କ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

author img

By

Published : Dec 20, 2021, 12:16 PM IST

Updated : Dec 20, 2021, 12:42 PM IST

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ PA ଚିତ୍ତରଞ୍ଜନ ହତ୍ୟାକାଣ୍ଡ । 3 ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ । ଅଧିକ ପଢନ୍ତୁ

Sanjay Burma PA Murder case: ୩ ଜଣଙ୍କ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ପଲିଗ୍ରାଫ ଟେଷ୍ଟ ଖୋଲିବ ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଗୁମର । ସେଦିନ‌ ନଦୀବନ୍ଧରେ କ'ଣ ଘଟିଥିଲା । ଚିତ୍ତଙ୍କର ମୃତଦେହ କିପରି ମିଳିଥିଲା ଏହି ସମସ୍ତ ଦିଗକୁ ନେଇ ଘଟଣାର ୩ ପ୍ରତ୍ୟକ୍ଷଦର୍ଶୀଙ୍କର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ(Lie detection test of eyewitnesses) । ଏଥିପାଇଁ ପାଇଁ ରାଜ୍ୟ ଫରେନସିକ ଲ୍ୟାବରେ ପହଞ୍ଚିଛନ୍ତି ଜଣେ ମହିଳାଙ୍କ ସମେତ ଦୁଇ ଯୁବକ ।

Sanjay Burma PA Murder Case: ୩ ପ୍ରତ୍ୟକ୍ଷଦର୍ଶୀଙ୍କ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ହତ୍ୟା ମିଷ୍ଟ୍ରି(Sanjay Das Burma PA Murder case)ର କ୍ରାଇମ ସ୍ପଟ ବା ଗ୍ରାଉଣ୍ଡ ଜିରୋରୁ ମିଳିଥିବା ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଛି ଲାଏ ଡିଟେକ୍ସନ ପାଇଁ ପ୍ରଶ୍ନ । ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ସନ୍ଦେହ କରୁଥିବା ଲୋକଙ୍କୁ ନେଇ ପଲିଗ୍ରାଫ ଟେଷ୍ଟ ଚାଲିଛି । ଗଡ଼ମୃଗଶିରା କ୍ରାଇମ ସ୍ପଟରେ ସାଇଣ୍ଟିଫିକ ଓ ବୈଷୟିକ ଟିମକୁ କିଛି ପ୍ରମାଣ ମିଳିଛି । ଏପରିକି ଉଦ୍ଧାର ଜଗନ୍ନାଥ ଷଡଙ୍ଗୀ କେଉଁ ଅବସ୍ଥାରେ ଓ କିଭଳି ମିଳିଥିଲା, ବାଇକ କେଉଁ ସ୍ଥାନରେ ପଡିଥିଲା, ରକ୍ତ, ଘଷାଘଷି ସ୍ଥାନ, ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀ, ନୂଆଗାଁ ବନ୍ଧରୁ ନଦୀର ଦୂରତା, ଘଟଣାସ୍ଥଳରରୁ ମୃତଦେହ ମିଳିଥିବା ସ୍ଥାନର ଦୂରତା ଆଧାରରେ ସେ ସମ୍ପର୍କରେ ସେ ଟିକିନିଖି ପଚାରି ପ୍ରକୃତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି କ୍ରାଇମବ୍ରାଞ୍ଚ ଟିମ।

ଏହା ବି ପଢନ୍ତୁ: Chittaranjan Murder Case: ତଦନ୍ତ କଲେ କ୍ରାଇମବ୍ରାଞ୍ଚ ADG, ହୋଇପାରେ ଲାଏ ଡିଟେକ୍ସନ

ଭୋଜି ହୋଇଥିବା ପୁରୀ ମାଟିଆପଡା ଜଗନ୍ନାଥ ଷଡ଼ଙ୍ଗୀର ଭଡାଘର, କଲ ଡିଟେଲସ ରେକର୍ଡରୁ ଘଟଣାସ୍ଥଳରୁ ମିଳିଥିବା ସମସ୍ତ ସାମଗ୍ରୀର ବୈଷୟିକ ଓ ବୈଜ୍ଞାନିକ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ମଧ୍ୟ କିଛି ପ୍ରଶ୍ନ ଆଧାରରେ ୧୭୦ଟି ପ୍ରଶ୍ନ ପଚରାଯାଉଛି । ଘଟଣାର ୩ ପ୍ରତ୍ୟକ୍ଷଦର୍ଶୀ ଘଟଣା ସମ୍ପର୍କରେ କ'ଣ ଜାଣିଛନ୍ତି ସେଇ ଆଧାରରେ ତିନିଜଣଙ୍କୁ ଗୁଡେ଼ଇ ତୁଡେଇ ପ୍ରଶ୍ନ କରାଯାଉଛି । ପଲିଗ୍ରାଫ ଟେଷ୍ଟ ଜରିଆରେ ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଘଟଣାର ସତ୍ୟତା ଜଣାପଡ଼ିବ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 20, 2021, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.