ଭୁବନେଶ୍ବର: LGBTQA + କମ୍ଯୁନିଟି ପକ୍ଷରୁ ସପ୍ତରଙ୍ଗୀ ସ୍ବାଭିମାନ ପଦଯାତ୍ରା ଅନୁଷ୍ଠିତ । ମାଷ୍ଟର କ୍ୟାଣ୍ଟିନ ଠାରୁ ଏହି ପଦଯାତ୍ରା ବା ଭୁବନେଶ୍ୱର ରେନବୋ ପ୍ରାଇଡ ୱାକ୍ ଆରମ୍ଭ ହୋଇ ରାମମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣର LGBTQA + କମ୍ଯୁନିଟିର ସମସ୍ତ ବ୍ୟକ୍ତି ଭୁବନେଶ୍ୱର ରେନବୋ ପ୍ରାଇଜ ୱାକରେ ସାମିଲ ହୋଇଛନ୍ତି ।
ନିଜ ନିଜର ପରିପାଟୀ ସହ ନାଚି ଗାଇ ନିଜ ଅସ୍ଥିତ୍ବ ଓ ସ୍ବାଭିମାନ ପାଇଁ ଏକାଠି ହୋଇ ନିଜର ଖୁସି ବ୍ଯକ୍ତ କରିଥିଲେ । ସମାଜର ବଢୁଥିବା ଲିଙ୍ଗଗତ ଭେଦଭାବ ସହ LGBTQA + କମ୍ଯୁନିଟିର ଅର୍ଥନୈତିକ ବିକାଶକୁ ପାଥେୟ କରି ସେମାନଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପଦଯାତ୍ରା ହୋଇଥିଲା । ସମାଜ ସରକାର ଓ ବଜାରରେ ସ୍ୱାଭିମାନର ସହ ବଞ୍ଚିବା ନିଜର ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରିବା ନିଜର ଭାଗିଦାରୀ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଏହି ପଦଯାତ୍ରା ହୋଇଥାଏ ।
କାରଣ ଭାରତ ହେଉଛି ଏକ ସାର୍ବଭୌମିକ ରାଷ୍ଟ୍ର । ଏଠାରେ ସମସ୍ତ ଜାତି ଓ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ସମ୍ମାନ ସହ ସମାନ ଅଧିକାରରେ ବଞ୍ଚିବାର ଅଧିକାର ରହିଛି । ତେଣୁ ସପ୍ତରଙ୍ଗ ରଙ୍ଗ ପରି ସବୁ ବର୍ଗର ମଣିଷକୁ ମଧ୍ୟ ସମାନ ଅଧିକାର ଓ ଏକତାର ସହ ସମାଜରେ ଏକ ସାଧାରଣ ଜୀବନ ବିତାଇବାର ଆବଶ୍ୟକତା ରହିଛି । ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଅନୁମତି ରହିଛି । କିନ୍ତୁ ଆଜିବି ଅନେକ କମ୍ୟୁନିଟିର ବ୍ୟକ୍ତିଙ୍କୁ ସାମାଜିକ ବିଧିବିଧାନ ବାଦ ଦେଉ ଥିବାବେଳେ ଘୃଣ୍ୟ ନଜରରେ ମଣିଷ ଦେଖୁଛି । ତେଣୁ ଏହି ନଜରକୁ ବଦଳାଇବା ଓ ନିଜର ସ୍ବତନ୍ତ୍ର ପରିଚୟ ସହ ବଞ୍ଚିବାର ଅଧିକାର ପାଇଁ ଆମକୁ ସୁଯୋଗ ମିଳୁ ବୋଲି କମ୍ଯୁନିଟ ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର