ETV Bharat / city

ନନ୍ଦନକାନନରେ ‘ବର୍ଷା’ ମୃତ - ନନ୍ଦନକାନନ ପାଲଟିଛି ଡେଥ ଜୋନ୍

ନନ୍ଦନକାନନ ପାଲଟିଛି ଡେଥ ଜୋନ୍ । ଗୋଟେ ଗୋଟେ କରି ଚାଲିଯାଉଛି ଜୀବଜନ୍ତୁଙ୍କ ଜୀବନ । ବର୍ଷକ ମଧ୍ୟରେ ହାତୀ, ସିଂହ ଓ ବାଘ ପରି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ଏମିତି କି ଆଜି(ସୋମବାର) ଅପରାହ୍ନରେ କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ହୋଇଛି ।

Nandanakanana
ନନ୍ଦନକାନନରେ ‘ବର୍ଷା’ ମୃତ
author img

By

Published : Dec 30, 2019, 7:17 PM IST

ଭୁବନେଶ୍ବର: ନନ୍ଦନକାନନ ପାଲଟିଛି ଡେଥ ଜୋନ୍ । ଗୋଟେ ଗୋଟେ କରି ଚାଲିଯାଉଛି ଜୀବଜନ୍ତୁଙ୍କ ଜୀବନ । ବର୍ଷକ ମଧ୍ୟରେ ହାତୀ, ସିଂହ ଓ ବାଘ ପରି ବିରଳ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ଏମିତି କି ଆଜି(ସୋମବାର) ଅପରାହ୍ନରେ କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ହୋଇଛି । ଯାହା ନନ୍ଦନକାନନକୁ ଡେଥ ଜୋନ୍ ଭାବେ ପରିଣତ କରିଥିବା କୁହାଯାଉଛି ।

Nandanakanana
ନନ୍ଦନକାନନରେ ‘ବର୍ଷା’ ମୃତ

କଲରାପତରିଆ ବାଘ ‘ବର୍ଷା’ର ବୟସ 14 ବର୍ଷ । 3 ମାସର ହୋଇଥିବାବେଳେ ଚନ୍ଦକା ଅଭୟାରଣ୍ୟରୁ ଏହି କଲରାପତରିଆ ବାଘକୁ ଉଦ୍ଧାର କରାଯାଇଥିଲା । ‘ବର୍ଷା’ କିଛିଦିନ ହେବ ମଳକଣ୍ଟକ ରୋଗରେ ପୀଡିତ ରହିଥିଲା । ଡାକ୍ତରୀ ଟିମ୍‌ 5ଦିନ ତଳେ ତାର ଅସ୍ତ୍ରୋପଚାର କରିଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଲା । ଆଉ ଆଜି ତାର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, କଲରାପତରିଆ ବାଘ ‘ବର୍ଷା’ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ 6ଟି କଲରାପତରିଆ ବାଘ ଅଛନ୍ତି । ତେବେ ନନ୍ଦନକାନନରେ ଦିନକୁ ଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଥିବାରୁ ଏହା ନନ୍ଦନକାନନ କର୍ତୃପକ୍ଷଙ୍କ ଅବହେଳା ନା ପ୍ରଦୂଷିତ ପରିବେଶ ତାକୁ ନେଇ ଉଠିଛି ପ୍ରଶ୍ନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନନ୍ଦନକାନନ ପାଲଟିଛି ଡେଥ ଜୋନ୍, ପୁଣି ଏକ ଚିତା ଵାଘ୍ ବର୍ଷା ମୃତ।

ନନ୍ଦନକାନନ ପାଲଟିଛି ଡେଥ ଜୋନ୍। ଯାହା ଗୋଟେ ଗୋଟେ କରି ଜୀବଜନ୍ତୁଙ୍କ ଜୀବନ ଚାଲିଯାଉଛି। ବର୍ଷକ ମଧ୍ୟରେ ହାତୀ ସିଂହ ଓ ବାଘ ପରି ବିରଳ ପ୍ରଜାତିର ଜୀବଜନ୍ତୁ ଙ୍କ ମୃତ୍ୟୁ ଘଟିଛି। ଏମିତି କି ଆଜି ଅପରାହ୍ନ ରେ ଏକ ଚିତା ବାଘ ବର୍ଷା ର ମୃତ୍ୟୁ ହୋଇଛି। ଯେଭଳି ଭାବରେ ରାଜ୍ୟରେ ନନ୍ଦନକାନନ ଜୀବଜନ୍ତୁଙ୍କ ପାଇଁ ଡେଥ ଜୋନ ପାଲଟିଛି।

Body:
ଚିତା ବାଘ ବର୍ଷାର ବୟସ 14 ବର୍ଷ। 3 ମାସର ହୋଇଥିବା ବେଳେ ଚନ୍ଦକା ଅଭୟାରଣ୍ୟରୁ ଏହି ଚିତା ବାଘ ବର୍ଷାକୁ ଉଦ୍ଧାର କରାଯାଇଥିଲା। ବର୍ଷା କିଛି ଦିନ ହେବ ମଳକଣ୍ଟକ ରୋଗରେ ପିଡିତ ରହି ଥିଲା । ଡାକ୍ତରୀ ଟିମି ୫ଦିନ ତଳେ ତାର ଅସ୍ତ୍ରପ୍ରଚାର କରିଥିଲେ । ହେଲେ ସୁସ୍ଥ ହେବା ପରିବର୍ତ୍ତେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଲା। ଆଜି ବର୍ଷାର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବ୍ୟବଛେଦ ପରେ ଜଣାପଡିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ନନ୍ଦନକାନନରେ ଦିନକୁ ଦିନ ଜୀବଜନ୍ତୁ ଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ହେଲେ ନନ୍ଦନକାନନ କତୃପକ୍ଷଙ୍କୁ ଅବହେଳା ନା ପ୍ରଦୂଷିତ ପରିବେଶ ? ଚିତା ବାଘ ବର୍ଷା ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ୪ ଟି ମେଲ୍ ଓ ୨ ଟି ଫିମେଲ୍ ଚିତା ବାଘ ଅଛନ୍ତି। ଅନ୍ୟପଟେ ଗୋଟେ ଚିତା ବାଘର ବୟସ କାଳ ୧୨ ରୁ ୧୭ ବର୍ଷ ପର୍ଯ୍ୟନ୍ତ ବଂଚିପରିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.