ETV Bharat / city

ଶିଶୁ ଦିବସରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାରେ ଅଧ୍ୟାପକ - ରାଜରାସ୍ତାରେ ଅଧ୍ୟାପକ

ଶିଶୁ ଦିବସରେ ରାଜରାସ୍ତାରେ 488 ଅଧ୍ୟାପକ । ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଉଠାଇବା ଘୋଷଣା କରିଛନ୍ତି କିନ୍ତୁ ତାହା କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଅଧ୍ୟାପକ କହିଛନ୍ତି। ଅଧିକ ପଢନ୍ତୁ

lectures and professors protest  various demands on children's day
ଶିଶୁ ଦିବସରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାରେ ଅଧ୍ୟାପକ
author img

By

Published : Nov 14, 2021, 5:14 PM IST

ଭୁବନେଶ୍ବର: ଶିଶୁ ଦିବସରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାରେ ଅଧ୍ୟାପକ । ଶିଶୁ ଦିବସରେ ରାଜରାସ୍ତାରେ 488 ଅଧ୍ୟାପକ। ମୁଖ୍ୟମନ୍ତ୍ରୀ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଉଠାଇବା ଘୋଷଣା କରିଛନ୍ତି କିନ୍ତୁ ତାହା କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଅଧ୍ୟାପକମାନେ ଦାବି କରିଛନ୍ତି ।

ଶିଶୁ ଦିବସରେ ବିଭିନ୍ନ ଦାବିକୁ ନେଇ ରାଜରାସ୍ତାରେ ଅଧ୍ୟାପକ

ଚାରି ବର୍ଷ ପୂର୍ବରୁ ବ୍ଳକଗ୍ରାଣ୍ଟ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହ ପ୍ରତ୍ୟକ୍ଷ ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ତାହା ଅଦ୍ୟାବଧି କାର୍ଯ୍ୟକାରୀ ନ ହେବା ଯୋଗୁଁ ନିଖିଳ ଓଡିଶା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ 488 ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟର ଶହ ଶହ ଅଧ୍ୟାପକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ବର୍ଗରେ କାମ କରି ଆସୁଥିବା ଏପରିକି 20 ରୁ 25 ବର୍ଷ ପରେ ଚାକିରୀ ଜୀବନ ଆରମ୍ଭ କରିଥିବା ନୂତନ ଅଧ୍ୟାପକଙ୍କୁ ମଧ୍ୟ ସରକାର ସମସ୍ତ ସର୍ତ୍ତାବଳୀ ପ୍ରଦାନ କରାଯାଉଛି । ଶେଷ ପାହାଚରେ ପଦାର୍ପଣ କରିଥିବା ଆନ୍ଦୋଳନଗତ ଏହି ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କୌଣସି ଅବସରକାଳୀନ ଦିଆଯାଇନାହିଁ । ଏହାଏକ ଗଣତାନ୍ତ୍ରିକ ସରକାରଙ୍କ ପକ୍ଷେ ଶୋଭନୀୟ ନୁହେଁ ବୋଲି ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ରଥ କହିଛନ୍ତି ।

ଏଣୁ ଯଥା ଶୀଘ୍ର ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ କମିଶନ ସୁପାରିସ ଆଧାରରେ ଦରମା ପ୍ରଦାନ, କମନ କ୍ୟାଡରରେ ଅନ୍ତର୍ଭୂକ୍ତ କରି ପଦୋନ୍ନତି ଦେବା ସହ ଜିପିଏଫ, ପେନସନ ଗ୍ରାଚୁଇଟି ଇତ୍ୟାଦି ସମସ୍ତ ଚାକିରୀ ସର୍ତ୍ତାବଳୀ ଘୋଷଣା ନ କଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.