ଭୁବନେଶ୍ବର: ଦେଶର 5 ରାଜ୍ୟ ନିର୍ବାଚନ ଫଳାଫଳ ପରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସରେ ପିସିସି ନେତୃତ୍ବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାରିବା ପଣିଆ ଉପରେ ଏବେ ପ୍ରଶ୍ନ ଉଠିଲାଣି। ବରିଷ୍ଠ ନେତା ଭକ୍ତ ଦାଶ ଏବଂ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାମରେ ଚର୍ଚ୍ଚା ଜୋର ଧରିଛି। ସବୁଠୁ ବଡ କଥା ହେଉଛି ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ଭଳି ସ୍ଥିତି ହେବନି ତ କଂଗ୍ରେସ ଦଳର ?
ତେବେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଆଜି ନିଜ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ବିଜେପି ସବୁବେଳେ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଛି । କଂଗ୍ରେସ ନେତା ଏକଥାକୁ ବୁଝି ପାରୁ ନାହାନ୍ତି । ଫଳରେ ଦଳ ପାଇଁ ବିପର୍ଯ୍ୟୟର ହେଉଛି । କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ। ବିଜେପି ସବୁବେଳେ କଂଗ୍ରେସକୁ ଶତ୍ରୁ ବୋଲି ଅବିହିତ କରିଛି। କଂଗ୍ରେସ ନେତା ବୁଝିବାରେ ସକ୍ଷମ ନୁହନ୍ତି।
ସେହିପରି ପଞ୍ଚାନନ କହିଛନ୍ତି ନେତୃତ୍ବ ଏକ ସାମୁହିକ ବ୍ୟାପାର,ସମସ୍ତଙ୍କ ମିଳିତ ଭାଗିଦାରୀ ଆବଶ୍ୟକ। ନେତୃତ୍ବରେ ପରିବର୍ତ୍ତନ ହେଲେ ସବୁ ବଦଳିଯିବ ତା ବି କହିବା ଠିକ ନୁହେଁ। ନିରଞ୍ଜନଙ୍କ ଚିଠି ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ବର୍ତମାନ ପ୍ରକୃତ ସମୟ ଆସିଛି କଂଗ୍ରେସକୁ ସୁସଙ୍ଗଠିତ କରିବାକୁ ହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ