ETV Bharat / city

ବିଧାୟକ ହାତ ପାଣ୍ଠି 2 ବର୍ଷ ବନ୍ଦ କରିବାକୁ ପ୍ରଦୀପ୍ତ ନାୟକଙ୍କ ଦାବି

author img

By

Published : Jul 8, 2020, 10:53 PM IST

ଏମଏଲଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କର ଦରମା ଅନ୍ୟୂନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବାକୁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବିଧାୟକ ହାତ ପାଣ୍ଠି 2 ବର୍ଷ ବନ୍ଦ କରିବାକୁ ପ୍ରଦୀପ୍ତ ନାୟକଙ୍କ ଦାବି
ବିଧାୟକ ହାତ ପାଣ୍ଠି 2 ବର୍ଷ ବନ୍ଦ କରିବାକୁ ପ୍ରଦୀପ୍ତ ନାୟକଙ୍କ ଦାବି

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋରୋନା ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି । ଏପରି ମୂହୁର୍ତ୍ତରେ ଲୋକପ୍ରତିନିଧିମାନଙ୍କର ବହୁତ ବଡ ଭୂମିକା ରହିଛି । ଏଥିଲାଗି ଓଡିଶାର ସବୁ ବିଧାୟକମାନଙ୍କର ବିଧାୟକ ହାତ ପାଣ୍ଠି ବନ୍ଦ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ।

ଏମଏଲଏ ଲାଡ୍ ଫଣ୍ଡକୁ ୨ ବର୍ଷ ପାଇଁ ବନ୍ଦ କରିବା ସହ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ଅନ୍ୟୂନ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ କରିବାକୁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡିକରେ ସଭାପତି ଅବା ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷମାନେ ମଧ୍ୟ ୩୦ ପ୍ରତିଶତ କମ ଦରମା ନେବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ସାଂସଦଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡିଶାରେ ମଧ୍ୟ ଅନୁରୂପ ଭାବେ ଏହାକୁ ଲାଗୁ କରାଯାଉ ବୋଲି ସେ କହିଛନ୍ତି ।

ଏମଏଲଏ ଲାଡ ଫଣ୍ଡରୁ ଏବଂ ମନ୍ତ୍ରୀ ଓ ବିଧାୟକଙ୍କ ଦରମା କଟିବାରୁ ଯେଉଁ ଅର୍ଥ ଆସିବ ସେଥିରେ ଏକ ବିଶେଷ ପାଣ୍ଠି ଗଠନ କରି ଏହାକୁ କୋରୋନା ମୁକାବିଲାରେ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିରେ ସ୍ବତନ୍ତ୍ର ମେଡିକାଲ ତଥା ସ୍ବାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ମିଆଦି ଯୋଜନା କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ଭିତରେ କେବଳ ଖର୍ଚ୍ଚ କାଟ କରି ସରକାର ଚଲାଇଛନ୍ତି । ଅନେକ ବିଭାଗରେ ସରକାରୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ପଡିବା ପରେ ବି ପୂରଣ ହେଉନି ।

ବିଶେଷ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ ବିଭାଗରେ ଅନେକ ପଦବୀ ଖାଲି ରହିଛି । ରାଜ୍ୟର ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି । ମେଡିକାଲରେ ଡାକ୍ତର ଏବଂ ଆଧୁନିକ ଯନ୍ତ୍ରପାତି ଅଭାବ କାରଣରୁ ହଜାର ହଜାର ରୋଗୀ ଅକାଳରେ ମୃତ୍ୟୁବରଣ କରୁଛନ୍ତି । ଏହା ପ୍ରତି ରାଜ୍ୟ ସରକାର କେବେ ଦୃଷ୍ଟି ଦେଇ ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏପରି ସ୍ଥିତିରେ ବିଧାୟକଙ୍କ ହାତ ପାଣ୍ଠିରୁ ଖର୍ଚ୍ଚ କାଟ କରି ଅନ୍ୟାନ୍ୟ କ୍ଷେତ୍ରରେ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.