ETV Bharat / city

ସ୍ୟାଟ୍‌ ଫାଟକ ଆଗରେ ଆଇନଜୀବୀଙ୍କ ଧାରଣା

ସ୍ୟାଟ୍‌ ଫାଟକ ଆଗରେ ଆଇନଜୀବୀଙ୍କ ଧାରଣା । ଧାରଣାରେ ସାମିଲ ହେଲେ ଭୁବନେଶ୍ବର ସ୍ୟାଟ୍‌ ବାର ଆସୋସିଏସନ୍‌ର ସଭାପତିଙ୍କ ସମେତ ଏକାଧିକ ଆଇନଜୀବୀ । ଅଧିକ ପଢନ୍ତୁ...

author img

By

Published : Feb 19, 2021, 5:47 PM IST

lawyers in front of the SAT gate in bhubaneswar
ସ୍ୟାଟ୍‌ ଫାଟକ ଆଗରେ ଆଇନଜୀବୀଙ୍କ ଧାରଣା

ଭୁବନେଶ୍ବର : ସ୍ୟାଟ୍‌ ଉଚ୍ଛେଦ ଉପରେ ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ସବୁ ଫାଇଲ କଟକକୁ ସ୍ଥାନାନ୍ତରିତ କରିବାର ସରକାରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଓକିଲ। ଏହି ପ୍ରତିବାଦରେ ଆଜି(ଶୁକ୍ରବାର) ଆଇନଜୀବୀମାନେ ସ୍ୟାଟ୍‌ ଫାଟକ ଆଗରେ ଧାରଣା ଦେଇ ବସିଥିଲେ। ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସ୍ୟାଟ୍‌ ଫାଟକ ଆଗରେ ଆଇନଜୀବୀଙ୍କ ଧାରଣା

ମିଳିଥିବା ସୂଚନା ଅନୁଯାୟୀ ୧୯୮୬ ଜୁଲାଇ ୪ରେ ସ୍ୟାଟ୍‌ ପ୍ରତିଷ୍ଠା ହୋଇଥିଲା। ରାଜଧାନୀରେ ମୁଖ୍ୟ ନ୍ୟାୟଧିକରଣ ଥିବା ବେଳେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ବେଞ୍ଚ ହୋଇ କୋର୍ଟ ଚାଲିଥିଲା। ସରକାରୀ କର୍ମଚାରୀଙ୍କ ୭୨ହଜାରରୁ ଅଧିକ ବିଭିନ୍ନ ମାମଲା ପଡ଼ିରହିଥିବା ବେଳେ ନିମ୍ନ ମଧ୍ୟବିତ୍ତ ସରକାରୀ ଚାକିରିଆମାନେ ସହଜରେ ନ୍ୟାୟାଳୟର ଦ୍ବାରସ୍ଥ ହେଇ ପାରୁଥିଲେ | ଏହି କୋର୍ଟ ଯୋଗୁଁ ରାଜଧାନୀରେ ଅନେକ ଆଇନଜୀବୀ, ମୋହରିର, ଷ୍ଟାମ୍ପ ଭେଣ୍ଡର ,ପୁସ୍ତକ ବିକ୍ରେତା ଓ କର୍ମଚାରୀମାନେ ଉପକୃତ ହେଉଥିଲେ| ଏହାବନ୍ଦ ହେବାରୁ ସଭିଏଁ ହଇରାଣ ହେଉଛନ୍ତି। (ସ୍ୟାଟ) ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲା ବିଚାରାଧିନ ରହିଛି| ଏହାର ପୁର୍ଣାଙ୍ଗ ଶୁଣାଣି 22 ତାରିଖକୁ ଧାର୍ଯ୍ୟ କରାଯାଇଛି|

ଏହାଛଡା ସବକଲେକ୍ଟର ଅଫିସକୁ ସ୍ୟାଟ୍ ବିଲ୍ଡିଂକୁ ସ୍ଥାନାନ୍ତର କରିବାର ସରକାରୀ ନିଷ୍ପତ୍ତିକୁ ମଧ୍ୟ ଓକିଲ ସଂଘ ତୀବ୍ର ନିନ୍ଦା କରିଛି| ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ଏହାକୁ ନକରିବା ପାଇଁ ଦାବି ହୋଇଥିଲା । ହେଲେ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରିନାହଁନ୍ତି। ଭୁବନେଶ୍ବର ସ୍ୟାଟ ବାର୍‌ ଆସୋସିଏସନ୍‌ର ଓକିଲମ‌ାନେ ସ୍ୟାଟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଭୁବନେଶ୍ବର ସ୍ୟାଟ୍‌ ବାର ଆସୋସିଏସନ୍‌ର ସଭାପତି , ଉପସଭାପତି, ଏକଜିକ୍ୟୁଟିଭ ମେମ୍ବରଙ୍କ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.