ଭୁବନେଶ୍ବର: କୃଷିମନ୍ତ୍ରୀ ଡ଼ଃ ଅରୁଣ ସାହୁ ଓଡିଶା କୃଷିଶିଳ୍ପ ନିଗମ ଆନୁକୂଲ୍ୟରେ ଶିକ୍ଷିତ ଯୁବକ ମାନଙ୍କୁ କୃଷି ସାମଗ୍ରୀ ଓ ଯନ୍ତ୍ରପାତି ମରାମତି ନିମନ୍ତେ ତାଲିମ ଓ କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଓଡିଶା କୃଷି ଶିଳ୍ପ ନିଗମର ନିଜସ୍ୱ ୱେବସାଇଟର ଲୋକାର୍ପଣ କରାଯାଇଛି।
କୄଷି ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଏହି ତାଲିମ ଦ୍ବାରା ଦୁଇଟି ଲାଭ ହେବ। ଗୋଟିଏ ହେଉଛି ଚାଷୀଙ୍କୁ ସାହାଯ୍ୟ ଏବଂ ଅନ୍ୟଟି ନିଜେ ଦୁଇ ପଇସା ରୋଜଗାର କରିପାରିବେ। ତାଲିମର ଅବଧି ରହିଛି ୧୨ ଦିନ । ଗୋଟିଏ ବ୍ୟାଚରେ 30 ଜଣ ରହୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ବ୍ୟାଚରେ ୧୫୦ ଜଣଙ୍କୁ ତାଲିମ ନେବେ। ତାଲିମ ନେବାକୁ ଆସିଥିବା ଯୁବକ ମାନଙ୍କୁ ନିଷ୍ଠାର ସହ କାମ କରିବାକୁ କୄଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେପଟେ ଓଡିଶା କୄଷି ଶିଳ୍ପ ନିଗମର ନୂତନ ୱବସାଇଟକୁ କୄଷିମନ୍ତ୍ରୀ ଉନ୍ମୋଚନ କରିଥିଲେ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ