ETV Bharat / city

ପରିବା ମାର୍କେଟରେ ପୋଲିସର ଲାଠି ଚାର୍ଜ

author img

By

Published : Apr 6, 2020, 10:51 AM IST

Updated : Apr 6, 2020, 12:01 PM IST

କୋରୋନା ଭାଇରସକୁ ନେଇ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ଆଜି ସକାଳେ ଭୁବନେଶ୍ବର ପରିବା ମାର୍କେଟରେ ପୋଲିସର ଲାଠି ଚାର୍ଜ। ଅଧିକ ଖବର ପଢନ୍ତୁ...

police baton charge
ଅମାନିଆ ଲୋକଙ୍କୁ ଘଉଡାଇବା ପରିବା ମାର୍କେଟରେ ପୋଲିସର ଲାଠି ଚାର୍ଜ

ଭୁବନେଶ୍ବର: ସଟ୍‌ଡାଉନ୍‌ ସରିବା ପରେ ପରିବା ବଜାରରେ ଲୋକଙ୍କ ଭିଡ । ନାହିଁ ସାମାଜିକ ଦୂରତା । ଏହାକୁ ଦେଖି ଲୋକଙ୍କୁ ଘଉଡାଇବା ପାଇଁ ପୋଲିସର ଲାଠି ଚାର୍ଜ । କୋରୋନା ଭାଇରସକୁ ନେଇ ସାମାଜିକ ଦୂରତା ରକ୍ଷା କରୁନଥିବାରୁ ବାଧ୍ୟ ହୋଇ ଏପରି ଉପାୟ ଆପଣେଇଛି ପୋଲିସ ।

ସୂଚନା ଅନୁସାରେ, ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ଧରି ଭୁବନେଶ୍ବରରେ ସଟଡାଉନ ଘୋଷଣା ହୋଇଥିଲା । ଯାହା ସରିବା ମାତ୍ରେ ସୋମବାର ସକାଳୁ ସକାଳୁ ଭୁବନେଶ୍ବରର ଏକ ନମ୍ବର ପରିବା ମାର୍କେଟରେ ଦେଖିବାକୁ ମିଳିଥିଲା ଭିଡ ।

ଯାହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଆରମ୍ଭ କରିଥିଲା ଲାଠିଚାର୍ଜ । ନିୟମ ଭାଙ୍ଗି ବାଇକ୍‌ ଯୋଗେ ପରିବା କିଣିବାକୁ ଆସିଥିବା ଲୋକଙ୍କ ବାଇକ୍‌ ମଧ୍ୟ ଜବତ କରିଥିଲା ପୋଲିସ । ସେପଟେ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିସିପି ଓ ଏସିପି । ତେବେ ଲୋକଙ୍କୁ ବାରମ୍ବାର ବାରଣ କରିବା ସତ୍ତ୍ବେ ବି ସାମାଜିକ ଦୂରତା ବଜାୟ ନରଖିବାରୁ ପୋଲିସ ପକ୍ଷରୁ ଏପରି କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 6, 2020, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.