ଭୁବନେଶ୍ବର: ଜନତା ମଇଦାନରେ ଚାଲିଥିବା ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳିର ଆଜି(ଶୁକ୍ରବାର) ହେଉଛି ଶେଷ ଦିନ । ଶେଷଦିନରେ ଲାଗିଛି ଲୋକଙ୍କ ଭିଡ । ମେଳାର ମଜା ନେବା ସହ ହସ୍ତତନ୍ତ ଜିନିଷ ନେବାକୁ ଭୁଲି ନାହାନ୍ତି ରାଜଧାନୀ ବାସିନ୍ଦା ।
ତୋଷାଳି ମେଳାରେ ବିକ୍ରି ହେଉଥିବା ବିଭିନ୍ନ ହସ୍ତତନ୍ତ ସାମଗ୍ରୀରୁ ବାରି ହୋଇପଡୁଛି ମହିଳାଙ୍କ ଚାନ୍ଦୁଆ ସିଲେଇ । ମେଳା ବୁଲିବାକୁ ଆସୁଥିବେ ଲୋକେ ଘଡିଏ ଅଟକି ଚାହିଁ ରହୁଛନ୍ତି ଚାନ୍ଦୁଆକୁ । ତେବେ ଘରେ ବସି ରହୁଥିବା ମହିଳାଙ୍କୁ ଏହି ତାଲିମ ପ୍ରଦାନ କରାଯାଇ ଏଠାରେ ପ୍ରଦର୍ଶିତ କରାଯାଉଛି ।
ଯାହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଜମୁଛି । ଓଡିଶା ଚାନ୍ଦୁଆର ରାଜ୍ୟ ତଥା ଦେଶବିଦେଶରେ ଚାହିଦା ଢେର ରହିଛି । ଯାହାକୁ ଆଖି ଆଗରେ ରଖି ଚାନ୍ଦୁଆ ପ୍ରଶିକ୍ଷଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ