ETV Bharat / city

ସ୍ବତନ୍ତ୍ର OJEE ଆବେଦନ ପାଇଁ ଶେଷ ସୁଯୋଗ, ଅଗଷ୍ଟ ୧୪ ଯାଏଁ ବଢିଲା ଅବଧି - ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୨

ସ୍ବତନ୍ତ୍ର ଓଜେଇଇ ପାଇଁ ନାମଲେଖା ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ବଢିଲା ସ୍ବତନ୍ତ୍ର OJEE ଆବେଦନ ଅବଧି
ବଢିଲା ସ୍ବତନ୍ତ୍ର OJEE ଆବେଦନ ଅବଧି
author img

By

Published : Aug 8, 2022, 3:50 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଦ୍ବିତୀୟ ସ୍ବତନ୍ତ୍ର OJEE (ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ପାଇଁ ଆବେଦନର ଅବଧି ବୃଦ୍ଧି ହୋଇଛି । ଆସନ୍ତା ୧୪ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ତେବେ ଏହାପରେ ଏଥିନିମନ୍ତେ ଆଉ ତାରିଖ ବୃଦ୍ଧି ହେବ ନାହିଁ ବୋଲି ଓଜେଇଇ ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

ବଢିଲା ସ୍ବତନ୍ତ୍ର OJEE ଆବେଦନ ଅବଧି
ବଢିଲା ସ୍ବତନ୍ତ୍ର OJEE ଆବେଦନ ଅବଧି

ତେବେ ପୂର୍ବରୁ ଅଗଷ୍ଟ ୧ ତାରିଖରୁ ସ୍ବତନ୍ତ୍ର ଓଜେଇଇ ଲାଗି ଆବେଦନ ଆରମ୍ଭ ହୋଇଥିବା ବେଳେ ୭ ତାରିଖ ଆବେଦନ ପାଇଁ ଶେଷ ଦିନ ରହିଥିଲା । ସେହିପରି ଜେଇଇ ମେନ (JEE MAIN) ଓ ଓଜେଇଇ (OJEE) ଦେଇଥିବା ଛାତ୍ରଛାତ୍ରୀ ସ୍ବତନ୍ତ୍ର ଓଜେଇଇ (Special OJEE) ଦେଇପାରିବେ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟ JEE ପାଇଁ କାଉନ୍ସେଲିଂ ପ୍ରକ୍ରିୟା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବାକୁ ହେଲେ www.ojee.nic.in ଏହି ୱେବସାଇଟ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.