ଭୁବନେଶ୍ବର: ଅନୁଗୋଳ ଜିଲ୍ଲାରେ ବଡ ଧରଣର ଜମି କିଣା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ । ଲେବର କିଟ ଦୁର୍ନୀତିର ମୁଖ୍ୟ କାର୍ପଟଦାର ଅନୁଗୁଳ ଜିଲ୍ଲାର ସୁଶୀଲ ଅଗ୍ରୱାଲ ସାମିଲ। ଏହି ମହାଦୁର୍ନୀତିରେ ସୁଶୀଲ ଅଗ୍ରୱାଲର ନିକଟ ସମ୍ପର୍କୀୟ ୨ ଆଇଏଏସ ଅଫିସରଙ୍କ ସମ୍ପୃକ୍ତି ରହିଛି ବୋଲି ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଓ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ।
ଅନୁଗୋଳ ଜିଲ୍ଲାରେ ଜମି ଦୁର୍ମୂଲ୍ୟ। ଏହି ୭୦୦ ଏକର ଜମି ମୂଲ୍ୟ ପ୍ରାୟ ୩୫୦କୋଟି ଟଙ୍କା ହେବ । ତୁରନ୍ତ ଏନେଇ ସରକାର ତଦନ୍ତ କରନ୍ତୁ ନଚେତ ଆଗାମୀ ଦିନରେ କଂଗ୍ରେସ ସିବିଆଇ, ଇଡି, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ