ଭୁବନେଶ୍ବର: ଜଟଣୀ ସବରେଜିଷ୍ଟ୍ରି ଅଫିସ ସାମ୍ନାରୁ ଜମି ବ୍ୟବସାୟୀଙ୍କୁ ଅପହରଣ କରିବା ଘଟଣାରେ କମିଶନରେଟ ପୋଲିସ 2 ଜଣଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଜଟଣୀ ରାଜା ବଜାରର ଏସକେ ସଦାମ ଓ ନିଜାମୁଦ୍ଦିନ ଖାନ ।
ସୂଚନା ଅନୁଯାୟୀ ଗତ 22 ତାରିଖରେ ବନ୍ଧୁକ ଦେଖାଇ ବ୍ୟବସାୟୀ ତପନ ପଟ୍ଟନାୟକଙ୍କୁ ଅପହରଣ କରିଥିଲେ 2 ଦୁର୍ବୁତ୍ତ । ପରେ ଆକ୍ରମଣ କରି ଗୁରୁତର ଆହତ କରି ଏକ ପ୍ରୋଜେକ୍ଟ ବନ୍ଦ କରାଇଦେବାକୁ ଧମକ ଦେଇଥିଲେ ।
ଏନେଇ ଜଟଣୀ ଥାନାରେ ଅଭିଯୋଗ ହେବା ପରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହ ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା ଓ ବାଇକ ଜବତ କରିଛି । ଆଇପିସିର ଧାରା 395 ଓ 396 ସହ ଆର୍ମ୍ସ ଆକ୍ଟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଉଭୟଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ