ETV Bharat / city

୧୩ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ: ନିବେଶ ହେବ ପ୍ରାୟ ୭୬୬ କୋଟି, ସୃଷ୍ଟି ହେବ ୮୬୦୦ ନିଯୁକ୍ତି

author img

By

Published : Aug 3, 2022, 6:47 AM IST

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକ ବସିଛି । ଏଥିରେ ଜମି ଆବଣ୍ଟନ ସହ ୧୩ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ସମୀକ୍ଷା ହୋଇଛି । ଅଧିକ ପଢନ୍ତୁ

୧୩ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ: ନିବେଶ ହେବ ପ୍ରାୟ ୭୬୬ କୋଟି, ସୃଷ୍ଟି ହେବ ୮୬୦୦ ନିଯୁକ୍ତି
୧୩ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ: ନିବେଶ ହେବ ପ୍ରାୟ ୭୬୬ କୋଟି, ସୃଷ୍ଟି ହେବ ୮୬୦୦ ନିଯୁକ୍ତି

ଭୁବନେଶ୍ବର: ଜମି ଆବଣ୍ଟନ ସହ ୧୩ଟି ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଏହି ପ୍ରକଳ୍ପରେ ନିବେଶ ହେବ ପ୍ରାୟ ୭୬୬ କୋଟି ଟଙ୍କା । ଏଥିରୁ ୮,୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ସହ ଅଧିକ ଓଡ଼ିଆ ପିଲାଙ୍କ ନିଯୁକ୍ତି ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ବ ଦେଇଛନ୍ତି । ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜମି ଆବଣ୍ଟନ ସହ ୧୩ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ବାବଦରେ ସମୀକ୍ଷା କରାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡିକର ପ୍ରୟୋଜନିୟତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦକ୍ଷତା ବିଷୟରେ ସବିଶେଷ ସୂଚନା ଦେଇଛନ୍ତି ।

ଜମି ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ ଦେଇ ପ୍ରକଳ୍ପଗୁଡିକର ତ୍ବରିତ କ୍ଷେତ୍ରାନ୍ବୟନ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ପ୍ରତିଷ୍ଠା ହେଉଥିବା ଏହି ଶିଳ୍ପ ସଂସ୍ଥାମାନଙ୍କରେ ଅଧିକରୁ ଅଧିକ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି । ଜମି ପାଇଥିବା ଏହି ସଂସ୍ଥାଗୁଡିକ ମୁଖ୍ୟତଃ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍ ପାର୍କ, ସଫ୍ଟୱେର ପ୍ରସ୍ତୁତି ଓ ଡ଼ିଜିଟାଲ୍ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍ ଉତ୍ପାଦନ, ପି.ଭି. ସି ଏବଂ ଏଚ୍.ଡ଼ି.ପି.ଇ ପାଇପ୍ ନିର୍ମାଣ, ଘରୋଇ ସଂରଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ସେକ୍ଟର ଅନ୍ତର୍ଭୁକ୍ତ ।

ଏହି ସଂସ୍ଥାଗୁଡିକ ମାଧ୍ୟମରେ ପ୍ରାୟ ୭୬୬ କୋଟି ଟଙ୍କା ବିନିଯୋଗ ହେବ । ୮୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଛଡା ଏହି ଶିଳ୍ପାନୁଷ୍ଠାନଗୁଡିକ ପାଇଁ କଞ୍ଚାମାଲ ଯୋଗାଣ, ପଦାର୍ଥ ପରିବହନ, ବ୍ୟବସାୟ କେନ୍ଦ୍ର, ଗମନାଗମନ ଆଦି ମାଧ୍ୟମରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ପରୋକ୍ଷ ରୋଜଗାରର ସୁଯୋଗ ପାଇବେ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚି ହେମନ୍ତ କୁମାର ଶର୍ମା , ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ମନୋଜ କୁମାର ମିଶ୍ର, ଇଡ୍‌କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁପେନ୍ଦ୍ର ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.