ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଲାଗେ ପ୍ରେମ ନଜରର ଅଡିଓ ରିଲିଜ ହୋଇଯାଇଛି । ଏଥିରେ ତିନି ନାୟିକା ଓ ଜଣେ ନାୟକକୁ ନେଇ ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଅଭିନେତା ଅମ୍ଲାନ ସିନେମାର ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତ୍ରୀ ରିୟା, ପ୍ରିୟା ଓ ରାଗିଣୀଙ୍କୁ ନେଇ ସିନେମା ତିଆରି ହୋଇଛି। ବ୍ଲୁ ଆଇଜ୍ ଏଣ୍ଟରଟେନମେଣ୍ଟର ପ୍ରଥମ ଅବଦାନ ଏହି ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ୱର ହୋଟେଲ ନ୍ୟୁ ମ୍ୟାରିଅନ ପରିସରରେ ଅଡିଓ ରିଲିଜ ହୋଇଯାଇଛି।
ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ଵ ବହନ କରିଛନ୍ତି ନନ୍ଦିକେଶ ଓ ବ୍ୟୋମକେଶ। କାହାଣୀ ରଚନା ଖଗେଶ୍ବର ସେଜପଡ଼ା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ। ଫିଲ୍ମଟିରେ ନିର୍ଦ୍ଦେଶନା ଦେଇଛନ୍ତି ଦିଲୀପ ପଣ୍ଡା। ରୋମାନ୍ସ,, ଆକ୍ସନ ଓ ଲଭରେ ଭରପୁର "ଲାଗେ ପ୍ରେମ ନଜର"କୁ ସଙ୍ଗୀତରେ ସଜେଇଚନ୍ତି ବୈଦ୍ୟନାଥ ଦାସ। ତେବେ ଏ ଚଳଚ୍ଚିତ୍ରଟି ରାଜ୍ୟର ପ୍ରେକ୍ଷାଳୟ ଗୁଡିକରେ ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ