ETV Bharat / city

ଧର୍ମେନ୍ଦ୍ରଙ୍କ ଦାବି, ରାଜ୍ୟରେ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ

author img

By

Published : Jun 6, 2021, 10:15 PM IST

ଓଡିଶାରେ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଧର୍ମେନ୍ଦ୍ରଙ୍କ ଦାବି, ରାଜ୍ୟରେ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ
ଧର୍ମେନ୍ଦ୍ରଙ୍କ ଦାବି, ରାଜ୍ୟରେ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ବେଡ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବୃଦ୍ଧି କରାଯାଉ ଥିବାବେଳେ ଡ଼ାକ୍ତର ଏବଂ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ କଲେଜ ଖୋଲିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ ଧର୍ମେନ୍ଦ୍ର ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଭାରତରେ ଜଣେ ଡାକ୍ତର ହାରାହାରି ୧୪୦୪ ଜଣଙ୍କୁ ଚିକିତ୍ସା କରୁଛନ୍ତି । ଓଡିଶାରେ ଜଣେ ଡାକ୍ତର ହାରାହାରି ୨୧୮୭ ଜଣଙ୍କୁ ଚିକିତ୍ସା କରୁଥିବା ତଥ୍ୟରୁ ଜଣାପଡିଛି ।

ସେହିପରି ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୩୯ଟି ବେଡ୍‌ର ବ୍ୟବସ୍ଥା ରହିଛି । ଓଡିଶାରେ ହାରାହାରି ପ୍ରତି ଲକ୍ଷେ ଲୋକଙ୍କ ପାଇଁ ମାତ୍ର ୫୯ଟି ବେଡ ରହିଛି । ତେଣୁ ଓଡିଶାରେଥିବା ପୁରୁଣା ମେଡିକାଲ କଲେଜରେ ସିଟ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ୍ ସ୍ଥାପନା ହେବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର । ନସିଂ, ପାରାମେଡିକାଲ କର୍ମଚାରୀ ତଥା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ସହ ଭେଣ୍ଟିଲେଟର ଟେକ୍ସିସିଆନ ବଢାଇବାକୁ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.