ETV Bharat / city

ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ଶ୍ରମମନ୍ତ୍ରୀ, କର୍ମ ନିଯୁକ୍ତି ସୃଷ୍ଟି କର କହିଲା ବିଜେପି - ଶ୍ରମିକ ଦିବସ

ଶ୍ରମିକ ଦିବସରେ ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ସେପଟେ, ବିଜେପି କହିଲା ରାଜ୍ୟରେ କର୍ମନିଯୁକ୍ତିର ବ୍ୟବସ୍ଥା କର । ଅଧିକ ପଢନ୍ତୁ....

labour minister greets to labour for labour day
ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ଶ୍ରମମନ୍ତ୍ରୀ ,କର୍ମ ନିଯୁକ୍ତି ସୃଷ୍ଟି କର କହିଲା ବିଜେପି
author img

By

Published : May 1, 2020, 7:13 PM IST

ଭୁବନେଶ୍ବର : ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ଶ୍ରମିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ରାଜ୍ୟର ଦୃତ ଶିଳ୍ପାୟନ ପାଇଁ ଶ୍ରମିକ ମାନଙ୍କ ଗୁରୁତ୍ବପୁର୍ଣ୍ଣ ଭୂମିକା ରହିଛି । ଶ୍ରମିକ ମାନଙ୍କ ନିଷ୍ଠା ଓ ଆନ୍ତରିକତା ରାଜ୍ୟକୁ ଆଗେଇ ନେବ ବୋଲି ସେ କହିଛନ୍ତି । କୋରୋନା ମହାମାରୀ ସମୟରେ ସଚେତନ ରହିବା ସହ ମାସ୍କ ଓ ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ସେ କହିଛନ୍ତି ।

ଶ୍ରମିକ ଦିବସରେ ଶୁଭେଚ୍ଛା ଜଣାଇଲେ ଶ୍ରମମନ୍ତ୍ରୀ ,କର୍ମ ନିଯୁକ୍ତି ସୃଷ୍ଟି କର କହିଲା ବିଜେପି

ସେପଟେ ଶ୍ରମିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ କୋରୋନା ମହାମାରୀ ସମୟରେ ରାଜ୍ୟର ଅନେକ ଶ୍ରମିକ ମାନେ ହଇରାଣ ହରକତ ହେଉଛନ୍ତି । ବାହାର ରାଜ୍ୟରେ ଫସିଥିବା ଶ୍ରମିକ ମାନେ ନିଜ ଗାଁ କୁ ଫେରିବା ପାଇଁ ବ୍ୟାକୁଳ ହେଉଛନ୍ତି । ରାଜ୍ୟରେ କର୍ମ ନିଯୁକ୍ତିର ସୁବିଧା ସୁଯୋଗ ନ ଥିବା ହେତୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ମେସିନ୍ ଯୋଗେ ହେଉଥିବା ହେତୁ ଏଠାକାର ଶ୍ରମିକ କାର୍ଯ୍ୟ ପାଉ ନାହାଁନ୍ତି । ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ ଫଳରେ ନିଜ ରାଜ୍ୟରେ କର୍ମ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.