ଭୁବନେଶ୍ବର: ଆଶ୍ବିନ ଶୁକ୍ଳପକ୍ଷ ପୂର୍ଣ୍ଣିମା । ଏହି ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀଙ୍କ ପୂଜା ଭାବେ ପାଳନ ହୁଏ । ଏହି କ୍ରମରେ ସାରା ରାଜ୍ୟରେ କୁମାରପୂର୍ଣ୍ଣିମା ଓ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଗାଁଠୁ ସହର ସବୁ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇଉଠିଛି ।
ସକାଳୁ କୁଆଁରୀମାନେ ସୂର୍ଯ୍ୟ ପୂଜା କରି ଆଞ୍ଜୁଳା ଟେକିଛନ୍ତି । ସନ୍ଧ୍ୟାରେ ଜହ୍ନ ଦେଖି ଚାନ୍ଦ ପୂଜା କରିବେ । ଏଥିପାଇଁ ଘରେ ଘରେ ଆରିସା, କାକରା, ମଣ୍ଡା ଆଦି ପିଠାପଣାର ଆସର ଜମିଛି । ସନ୍ଧ୍ୟାରେ ଚାନ୍ଦ ପୂଜା ସମୟରେ ଏହି ପିଠାକୁ ଭୋଗ କରିବେ କୁଆଁରୀମାନେ ।
ବିଶ୍ବାସ ରହିଛି, କୁମାର ପୂର୍ଣ୍ଣିମା ଦିନ ଯଦି ସୂର୍ଯ୍ୟ ଓ ଚାନ୍ଦଙ୍କୁ ପୂଜା କରାଯାଏ ତେବେ କୁଆଁରୀମାନଙ୍କୁ ଭଲ ବର ମିଳିଥାଏ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ