ETV Bharat / city

କୋଟପାଡ ଆଦିବାସୀ ବାଳିକା ହତ୍ୟା ଘଟଣା: ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି - କୋଟପାଡ ଆଦିବାସି ବାଳିକା ହତ୍ୟା ଘଟଣା

କୋଟପାଡ ଆଦିବାସୀ ବାଳିକାର ଦୁଷ୍କର୍ମ ହତ୍ଯାମାମଲାର ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି । ଅଧିକ ପଢନ୍ତୁ...

କୋଟପାଡ ଆଦିବାସି ବାଳିକା ହତ୍ୟା ଘଟଣା: ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି

author img

By

Published : Aug 12, 2020, 7:03 PM IST

ଭୁବନେଶ୍ବର: କୋରାପୁଟ ଜିଲ୍ଲା କୋଟପାଡର ଆଦିବାସୀ ବାଳିକାକୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ଡିଜିଙ୍କୁ ଚିଠି ଲେଖିଛନ୍ତି ଜାତୀୟ ଜନଜାତି କମିଶନ । ଘଟଣାର ନିରପେକ୍ଷ ତଦନ୍ତ ଓ କାର୍ଯାନୁଷ୍ଠାନ ପାଇଁ ଚିଠିରେ ଉଲେଖ ରହିଛି । ତେବେ ୧୫ ଦିନ ମଧ୍ଯରେ ଏହାର ଏକ ରିପୋର୍ଟ ପଠାଇବାକୁ କମିଶନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏନେଇ ବିଜେପିର ଜନଜାତି ସେଲର ସୁକେଶି ଓରାମ ଓ କାଳିରାମ ମାଝୀ ଉଭୟ କମିଶନ ନିକଟରେ ଅଭିଯୋଗ ଜଣାଇଥିଲେ ।

କୋଟପାଡ ଆଦିବାସି ବାଳିକା ହତ୍ୟା ଘଟଣା: ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି
କୋଟପାଡ ଆଦିବାସି ବାଳିକା ହତ୍ୟା ଘଟଣା: ତଦନ୍ତ ପାଇଁ ଡିଜିଙ୍କୁ ଜାତୀୟ ଜନଜାତି କମିଶନଙ୍କ ଚିଠି

ବିଜେପିର ଅଭିଯୋଗକୁ ଭିତ୍ତି କରି ଜାତୀୟ ଜନଜାତି କମିଶନ ଓଡିଶା ପୋଲିସ ଡିଜିଙ୍କୁ ରିପୋର୍ଟ ଦାଖଲ କରିବାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହି ମାମଲାରେ ଡାକ୍ତରୀ ରିପୋର୍ଟ ଓ ପ୍ରାରମ୍ଭିକ ତଦନ୍ତରେ ଏହା ଏକ ଆତ୍ମହତ୍ଯା ବୋଲି ଦର୍ଶାଇଛି ପୋଲିସ ।

ତେବେ ଘଟଣାର ତଦନ୍ତ ହେଲେ କିପରି ଦୁଷ୍କର୍ମ ପରେ ହତ୍ଯା କରି ଆତ୍ମହତ୍ଯା ରୁପ ଦେବାକୁ ଉଦ୍ଯମ କରାଯାଇଛି ତାହା ସାମ୍ନାକୁ ଆସିବ ବୋଲି ଜାତୀୟ ଜନଜାତି କମିଶନ ନିକଟରେ ଅଭିଯୋଗ କରିଥିଲେ ବିଜେପିର ଦୁଇ ତୁଙ୍ଗ ନେତା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.