ଭୁବନେଶ୍ବର: ହାଣ୍ଡିଶାଳରେ ମହଙ୍ଗା ତାତି । ପକେଟ୍ ଜାଳୁଛି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଗତ କିଛି ଦିନ ହେଲା ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଆଁ ରହିଛି । ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଗୃହିଣୀଙ୍କ ଚିନ୍ତା ବଢାଇଛି । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?
Vegetable Price: ରାଜ୍ୟର କେଉଁ ସହରରେ କେତେ ରହିଛି ପରିବାର ଦର
ହାଣ୍ଡିଶାଳକୁ ମହଙ୍ଗା ମାଡ । ଆକାଶଛୁଆଁ ରହିଛି ପନିପରିବା ଦର । ତେବେ ଆସନ୍ତୁ ଜାଣିବା ରାଜ୍ୟର କେଉଁ ସହରରେ କେତେ ରହିଛି ପରିବା ଦର ।