ETV Bharat / city

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର - କିସକୁ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ

କିସ୍‍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨

kiss
kiss
author img

By

Published : Sep 8, 2022, 10:26 PM IST

Updated : Sep 9, 2022, 9:13 AM IST

ଭୁବନେଶ୍ବର: କିସକୁ ମିଳିଲା ବିଶ୍ବସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ। କିସ୍‍ ସମେତ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା କିସକୁ ମିଳିଲା ବିଶ୍ବର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨।

ଜାତିସଂଘ ପକ୍ଷରୁ କିସ୍‍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର, କିସରେ ସେଲିବ୍ରେଶନ

ତେବେ ଆଜି ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍‍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ପୁରସ୍କାର ବାବଦରେ କିସ୍‍କୁ ୨୦ ହଜାର ଆମେରିକୀୟ ଡଲାର , ମେଡାଲ୍‍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଛି । ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ବର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍‍ଜିଓ ହୋଇଥିବା ଜଣା ପଡିଛି ।

UNESCO literacy award
UNESCO literacy award

ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ପ୍ରତିଷ୍ଠିତ କିସ୍‍ ହେଉଛି ବିଶ୍ବର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ । କିସ୍ ରେ ଅଧ୍ୟୟନରତ ୩୦ହଜାର ଜନଜାତି ଛାତ୍ରଛାତ୍ରୀ ଓ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦିଆଯାଉଛି ।

୧୯୯୩ ମସିହାରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ଛୋଟିଆ ଅନୁଷ୍ଠାନ ଯାହା ଆଜି ବିଶ୍ବର ସର୍ବବୃହତ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଛି । ୨୦୧୫ ମସିହାରୁ କିସ୍‍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ବାରା ସ୍ପେସିଆଲ୍‍ କନ୍‍ସଲଟେଟିଭ ମାନ୍ୟତା ପାଇଛି । ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍‍ର ସହବନ୍ଧନ ରହିଆସିଛି ।

ଏନେଇ କିସର ପ୍ରତିଷ୍ଠାତା କହିଛନ୍ତି, "ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର ବିଶ୍ବରେ ଦିଆଯାଏ। ଏହା ଜାତିସଂଘ ଦେଉଛି।ଏହି ପୁରସ୍କାର ଭାରତରୁ ସରକାରୀ ଓ ବେସରକାରୀ ମିଶି ମାତ୍ର ଚାରୋଟି ସଂସ୍ଥା ଏହି ପୁରସ୍କାର ପାଇଛନ୍ତି। କିସ୍ ହେଉଛି ପଞ୍ଚମ ସଂସ୍ଥା। ଭାରତୀୟ ଜନଜାତି ହିସାବରେ ଏହା ପ୍ରଥମ ସଂସ୍ଥା। ତେଣୁ ଭାରତ ପାଇଁ ଏହା ଗରବ ଗୌରବର କଥା। ଏହା ହେଉଛି ଆନ୍ତର୍ଜାତିକ ସମ୍ମାନ ଯାହା ଜାତିସଂଘ ଦେଉଛି। ସେଥିପାଇଁ ଆମେ ଭାରତ ସରକାର, ୟୁନେସ୍କୋ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। "

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 9, 2022, 9:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.