ETV Bharat / city

ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି କଲା କିଷାନ କଂଗ୍ରେସ

author img

By

Published : Aug 12, 2021, 8:46 PM IST

ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ଅବଧି ବୃଦ୍ଧି କରିବା ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ କିଷାନ କଂଗ୍ରେସ। ଅଧିକ ପଢନ୍ତୁ...

ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି କଲା କିଷାନ କଂଗ୍ରେସ
ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି କଲା କିଷାନ କଂଗ୍ରେସ

ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ଅବଧି ଚଳିତ ଅଗଷ୍ଟ-୧୬ ପରିବର୍ତ୍ତେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ଦଳ। ରାଜ୍ୟ ସରକାର ଆସନ୍ତା ୧୬ ତାରିଖ ସୁଦ୍ଧା ଧାନ କ୍ରୟର ଅବଧି ବୃଦ୍ଧି ନକଲେ ଆସନ୍ତା ୧୭ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ କିଷାନ କଂଗ୍ରେସ । ଗୁରୁବାର ଭୁବନେଶ୍ୱରରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ପରେ, ସୂଚନା ଦେଇଛନ୍ତି ପିସିସି କିଷାନ ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ।

ଓଡିଶା ସରକାର ଚାଷୀଙ୍କ ଠାରୁ ଚଳିତ ବର୍ଷର ସମସ୍ତ ବଳକା ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀ ନାମ ପଞ୍ଜୀକରଣ କରିବାକୁ ଗତ ଜୁଲାଇ ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ଗୁରୁବାର ସୁଦ୍ଧା ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଅନେକ କୃଷି ସେବା ସମବାୟ ସମିତିରେ କର୍ମଚାରୀ ନଥିବା ଏବଂ ସମୟ ସୀମିତ ଦୃଷ୍ଟିରୁ ରାଜ୍ୟରେ ପାଖାପାଖି ଆଉ ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ଚାଷୀ ଏହି ସମୟସୀମା ମଧ୍ୟରେ ଧାନ ବିକିବା ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିପାରି ନାହାଁନ୍ତି । ଆଗକୁ ଦୁଇ ଦିନ ଛୁଟି ପଡୁଛି, ତେଣୁ ଚାଷୀ ପଞ୍ଜୀକରଣ ପାଇଁ ଆହୁରି ଏକ ମାସ ମହଲତ ଦିଆଯାଉ ବୋଲି ଦାବି କରି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.