ETV Bharat / city

କୋରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢାଇବ କିଟ୍

author img

By

Published : Jul 26, 2020, 6:39 PM IST

କିଟ ଓ କିସର ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କୋରୋନା ମୃତଙ୍କ ପରିବାରର ପୁଅ କିମ୍ବା ଝିଅଙ୍କର ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷା କ୍ଷେତ୍ରରେ କିଟ୍ ସମସ୍ତ ଖର୍ଚ୍ଚ ବହନ କରିବ ।

କୋରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢାଇବ କିଟ୍
କୋରୋନା ମୃତକଙ୍କ ପିଲାଙ୍କୁ ମାଗଣା ପାଠ ପଢାଇବ କିଟ୍

ଭୁବନେଶ୍ବର: କୋରୋନା ମହାମାରୀରେ ଆସ୍ତବ୍ୟସ୍ତ ସାରା ବିଶ୍ବ । ବିପର୍ଯ୍ୟସ୍ତ ଜୀବନ, ହଜିଯାଇଛି ଜୀବିକା । ଜୀବନ ଧାରଣ ଗରିବଙ୍କ ପାଇଁ ଦୁର୍ବିସହ ହୋଇ ପଡିଛି । କୋରୋନାରେ ଓଡିଶା ମଧ୍ୟ ଏକ ଭୟଙ୍କର ସ୍ଥିିତି ଦେଇ ଗତି କରୁଛି । ଏପରିସ୍ଥଳେ କୋରୋନା ମୃତକଙ୍କୁ ପରିବାରକୁ ସହାୟତାର ହାତ ବଢାଇଛି କିଟ ବିଶ୍ବବିଦ୍ୟାଳୟ । କିଟ ଓ କିସର ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କୋରୋନା ମୃତଙ୍କ ପରିବାରର ପୁଅ କିମ୍ବା ଝିଅଙ୍କ ଟେକ୍ନିକାଲ ଓ ପ୍ରଫେସନାଲ ଶିକ୍ଷା କ୍ଷେତ୍ରରେ କିଟ୍ ସମସ୍ତ ଖର୍ଚ୍ଚ ବହନ କରିବ ।

ଓଡିଶାରେ କୋରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର କୌଣସି ପୁଅ କିମ୍ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାନ୍ତି , ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍ ବିଶ୍ବବିଦ୍ୟାଳୟରେ ଯେ, କୌଣସି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମରେ ଏଥିରେ ମେଡିକାଲ ପାଠ୍ୟକ୍ରମ ମଧ୍ୟ ରହିଛି ଯାହାକୁ ସମ୍ପୂର୍ଣ୍ଣ ମାଗଣା ପଢିବାର ସୁଯୋଗ ଦିଆଯିବ ।

ଆସନ୍ତା ଦୁଇଟି ଶିକ୍ଷାବର୍ଷ ଅର୍ଥାତ 2020-21 ଓ 2021-22 ବର୍ଷ ପାଇଁ ଏହା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଆସନ୍ତା ଅଗଷ୍ଟ 10 ତାରିଖରୁ ଅଗଷ୍ଟ 30 ତାରିଖ ପର୍ଯ୍ୟନ୍ତ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ହେବ। ଏହା ପରେ ସେମାନଙ୍କ ଯୋଗ୍ୟତା ଅନୁସାରେ ନାମ ଲେଖାର ସୁଯୋଗ ଦିଆଯିବ । ଏଥିପାଇଁ କୌଣସି ପ୍ରକାର ଦେୟ ଗ୍ରହଣ କରାଯିବ ନାହିଁ।ବିନା ପଇସାରେ ଏଠାରେ ରହିବା ସହ ପାଠ ପଢିପାରିବେ ବୋଲି ସେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.