ETV Bharat / city

ଏସଟିଏଫ ସ୍କାନରରେ ଲେଡି ଡନ୍‌, ରିମାଣ୍ଡରେ ଛୋଟା ଖୋଲିଛି ଗୁମର

author img

By

Published : Jul 19, 2019, 8:40 PM IST

ଖୋର୍ଦ୍ଧାରେ କେମିତି ଚାଲିଛି ଲେଡି ଡନ୍‌ଙ୍କ ରାଜ । କାହା ଇସାରାରେ ଚାଲିଛି ମାଫିଆ ରାଜ ସହ ବେଆଇନ ପଥର ଖନନ । ତିନିଦିନିଆ ରିମାଣ୍ଡରେ ଥିବା ଛୋଟା ଏସଟିଏଫ ଆଗରେ ଓଗାଳିଛି ଏପରି କିଛି ତଥ୍ୟ । ଯାହାକୁ ନେଇ ତଦନ୍ତ ଆଗେଇଛି ଏସଟିଏଫ୍‌ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏସଟିଏଫ୍‌ ସ୍କାନରରେ ଲେଡି ଡନ୍‌ । ଖୋର୍ଦ୍ଧାର କୁଖ୍ୟାତ ନିଶା ମାଫିଆ ଛୋଟା ଖୋଲିଛି ଏମାନଙ୍କର ଗୁମର । କେମିତି ଖୋର୍ଦ୍ଧାରେ ଚାଲିଛି ଲେଡି ଡନ୍‌ଙ୍କ ରାଜ । କାହା ଇସାରାରେ ଚାଲିଛି ମାଫିଆ ରାଜ ସହ ବେଆଇନ ପଥରଖନନ । ତିନିଦିନିଆ ରିମାଣ୍ଡରେ ଥିବା ଛୋଟା ଏସଟିଏଫ ଆଗରେ ଓଗାଳିଛି ଏପରି କିଛି ତଥ୍ୟ । ଯାହାକୁ ନେଇ ତଦନ୍ତ ଆଗେଇଛି ଏସଟିଏଫ୍‌ ।

ସୂଚନା ମୁତାବକ, ଏସଟିଏଫ ସ୍କାନରରେ କିଛି ଲେଡି ଡନ ରହିଛନ୍ତି । ଯାହାଙ୍କ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ ଆରମ୍ଭ କରିଦେଇଛି ଏସଟିଏଫ ଟିମ୍‌ । ଯେଉଁମାନେ କି ଛୋଟା ସହ ସଞ୍ଜୟ ପାଇକରାୟ ଓ ଜନ୍‌ ଭଳି ଗିରଫ ହୋଇଥିବା ଅପରାଧିଙ୍କ ଲିଙ୍କରେ ରହିଛନ୍ତି । ଛୋଟାଠୁ ଏଭଳି ତଥ୍ୟ ପରେ ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ପ୍ରମାଣ ଯୋଗାଡ କରୁଛି ଏସଟିଏଫ ଟିମ୍‌ । ସାଇଣ୍ଟିଫିକାଲ ଏଭିଡେନ୍ସ ସହ ଲୋକାଲ ଏଭିଡେନ୍ସ ଆଧାରରେ ଗିରଫ କରିବାର ମଧ୍ୟ ଯୋଜନା ଚଳାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଏମାନେ ଜେଲ ଭିତରେ ଥିବା ସତ୍ତ୍ୱେ କାମ ଚଳାଉଛନ୍ତି ଏହି ଲେଡି ଡନ୍‌ । ନା ଏମାନଙ୍କୁ ଅଛି ପୋଲିସର ଭୟ ନା ଏସଟିଏଫର ଭୟ । କାରଣ ଏମାନଙ୍କ ପଛରେ ରହିଛି କିଛି ହାଇପ୍ରୋଫାଇଲ ପଲଟିକାଲ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ । ଯେଉଁଥିପାଇଁ ଏମାନେ ଏବେ ବି ଚଲାଇଛନ୍ତି ରାଜ୍‌ । ବେଆଇନ ନିଶା କାରବାରଠୁ ଆରମ୍ଭ କରି ବନ୍ଧୁକ କାରବାର ଓ ବେଆଇନ ପଥ ଖନନ । ତେବେ କେବେ ଗିରଫ ହେବେ ଏହି ଲେଡି ଡନ୍‌ । କେବେ ଖୋଲିବ ଏମାନଙ୍କ ମାଫିଆ ରାଜର ଗୁମର । ତାହା ଦେଖିବାର କଥା ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.