ETV Bharat / city

ହାତ ଛାଡି ଶଙ୍ଖ ଫୁଙ୍କିଲେ ଜାନକୀ ବଲ୍ଲଭଙ୍କ ଅନୁଗତ ପ୍ରଦୀପ ସାହୁ - bologarh leader pradeep sahu

ହାତ ଛାଡି ଶଙ୍ଖ ଫୁଙ୍କିଲେ ଜାନକୀ ବଲ୍ଲଭଙ୍କ ଅନୁଗତ ପ୍ରଦୀପ ସାହୁ । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ହାତ ଛାଡି ଶଙ୍ଖ ଫୁଙ୍କିଲେ ଜାନକୀ ବଲ୍ଲଭଙ୍କ  ଅନୁଗତ ପ୍ରଦୀପ ସାହୁ

author img

By

Published : Nov 15, 2021, 3:24 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ପ୍ରଦୀପ ଝଟକା । ପ୍ରଦୀପ ମାଝୀଙ୍କ ପରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଆଉ ଜଣେ ପ୍ରଦୀପ । ହାତ ଛାଡି ଶଙ୍ଖ ଫୁଙ୍କିଲେ ଜାନକୀ ବଲ୍ଲଭଙ୍କ ଅନୁଗତ ପ୍ରଦୀପ ସାହୁ । ଗତକାଲି (ରବିବାର) କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ସାମିଲ ହୋଇଛନ୍ତି । ପ୍ରଦୀପ ସାହୁ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା । କିଛିଦିନ ତଳେ କଂଗ୍ରେସର ପୂର୍ବତନ ଟାଣୁଆ ନେତା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବାପରେ ଆଜି ପ୍ରଦୀପ ସାହୁ ସାମିଲ ହୋଇଛନ୍ତି ।

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଜାନକୀ ବଲ୍ଲଭଙ୍କ ଅନୁଗତ ପ୍ରଦୀପ ସାହୁ

ପ୍ରଦୀପଙ୍କୁ ଦଳରେ ସାମିଲ କରିବା ପଛରେ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ପୂର୍ବରୁ କଂଗ୍ରେସ ନେତା ବିପିନ ଜୟସିଂଙ୍କୁ ଦଳରେ ମିଶିବାରେ ମଧ୍ୟ ମାନସ ନେଇଥିଲେ ପ୍ରମୁଖ ଭୂମିକା । ଏନେଇ ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଲବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶତାଧିକ ସମର୍ଥକ ଓ ବୋଲଗଡ଼-ବେଗୁନିଆର କଂଗ୍ରେସ ସମର୍ଥିତ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ ପ୍ରଦୀପ । ସେହିପରି ବେଗୁନିଆ , ବୋଲଗଡ଼ ବ୍ଲକ କଂଗ୍ରେସ , ଯୁବ କଂଗ୍ରେସ ସଭାପତିଙ୍କ ସହ ବହୁ ବ୍ଳକ ଓ ପଞ୍ଚାୟତସ୍ତରର ନେତା ବିଜେଡିରେ ସାମିଲ ହୋଇଛନ୍ତି ।

1999 ମସିହାରୁ କଂଗ୍ରେସରେ ସାମିଲ ହୋଇ ଦୀର୍ଘଦିନ ହେବ ଦଳର ସକ୍ରିୟ ରହିବା ସହ ଏକାଧିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି ପ୍ରଦୀପ । ଗୋଟିଏ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁଗତ କୁହାଯାଉଥିବା ପ୍ରଦୀପ ୯୦ ଦଶକରେ ସରପଞ୍ଚ ଭାବେ ରାଜନୀତିରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ଜାନକୀବଲ୍ଲଭଙ୍କ ଜମାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିକଟତର ବୋଲି କୁହାଯାଏ । ପ୍ରଦୀପ 2009 ବିଧାନସଭା ନିର୍ବାଚନରେ ବେଗୁନିଆ-ବୋଲଗଡ଼ରୁ ପ୍ରାର୍ଥୀ ହୋଇ 34 ହଜାର 738 ଖଣ୍ଡ ଭୋଟ ପାଇଥିବାବେଳେ 2014ରେ ଆମ ଓଡ଼ିଶା ଦଳରୁ ପ୍ରାର୍ଥୀ ହୋଇ 30 ହଜାର 559 ଖଣ୍ଡ ଭୋଟ ପାଇଥିଲେ । ପୁନର୍ବାର 2019 ନିର୍ବାଚନ କଂଗ୍ରେସ ପାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ସହ 53ହଜାର 130 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.