ETV Bharat / city

ଗତ ବର୍ଷ ତୁଳନାରେ ୪୩ ପ୍ରତିଶତ ଅଧିକ ଧାନ ସଂଗ୍ରହ - ୪୩ ପ୍ରତିଶତ ଅଧିକ ଧାନ ସଂଗ୍ରହ

ବର୍ତ୍ତମାନ ସୁଦ୍ଧା ୧,୪୧,୫୪୦ ଚାଷୀଙ୍କଠୁ ଖରିଫ୍ ଧାନ ସଂଗ୍ରହ ହୋଇଛି। ପ୍ରାୟ ୯୬ ଲକ୍ଷ ୧୧ ହଜାର ୨୪ କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

paddy procurement
ଗତ ବର୍ଷ ତୁଳନାରେ ୪୩ ପ୍ରତିଶତ ଅଧିକ ଧାନ ସଂଗ୍ରହ
author img

By

Published : Dec 18, 2019, 9:36 PM IST

ଭୁବନେଶ୍ବର: ନୂଆ ବ୍ୟବସ୍ଥାକୁ ଆପଣାଇ ନେଲେଣୀ ଚାଷୀ । ଆଉ ଟୋକନ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅଧିକ ସହଜ ସାବ୍ୟସ୍ତ ହୋଇଛି । ଯାହାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି। ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।

ଗତବର୍ଷ ତୁଳନାରେ ଧାନସଂଗ୍ରହ ୪୩ ପ୍ରତିଶତ ଅଧିକ ହୋଇଛି। ଧାନ ସଂଗ୍ରହ ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀଙ୍କୁ ପି-ପାସ୍‌ ଜରିଆରେ ଆଗୁଆ ଟୋକନ୍‌ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୭ଟି ଜିଲ୍ଲାର ଚାଷୀଙ୍କୁ ୩ ଲକ୍ଷ ୭୭ ହଜାର ୨୯୮ଟି ଟୋକନ୍‌ ପ୍ରଦାନ କରାଯାଇଛି।

ଚଳିତ ଖରିଫ୍ ଧାନସଂଗ୍ରହ କାର୍ଯ୍ୟକ୍ରମରେ ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ୫୨ ହଜାର ୭୨୭ ଜଣ ଚାଷୀ ମୋଟ ୩୪ ଲକ୍ଷ ୪୧ ହଜାର ୯୪୦ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ବଲାଙ୍ଗୀରର ୧୦ ହଜାର ୫୪୭ ଜଣ ଚାଷୀ ୭ ଲକ୍ଷ ୫୮ ହଜାର ୨୯ କ୍ବିଣ୍ଟାଲ, କଳାହାଣ୍ଡିର ୧୯ ହଜାର ୩୨୪ ଜଣ ଚାଷୀ ୧୩ ଲକ୍ଷ ୩୮ ହଜାର ୨୭୫ କ୍ବିଣ୍ଟାଲ, ମାଲକାନଗିରିର ୧୦ ହଜାର ୨୮୩ ଜଣ ଚାଷୀ ୪ ଲକ୍ଷ ୩୦ ହଜାର ୭୯୦ କ୍ବିଣ୍ଟାଲ, କୋରାପୁଟର ୬୭୭୧ ଜଣ ଚାଷୀ ୫ ଲକ୍ଷ ୩୩ ହଜାର ୪୪୨ କ୍ବିଣ୍ଟାଲ, ନବରଙ୍ଗପୁରର ୩୮୫୩ ଜଣ ଚାଷୀ ୩ ଲକ୍ଷ ୧୬ ହଜାର ୧୦୬ କ୍ବିଣ୍ଟାଲ, ନୂଆପଡ଼ାର ୬୮୫୬ ଜଣ ଚାଷୀ ୩ ଲକ୍ଷ ୪୫ ହଜାର ୩୦୭ କ୍ବିଣ୍ଟାଲ, ସମ୍ବଲପୁରର ୧୨ ହଜାର ୩୫୫ ଜଣ ଚାଷୀ ୧୦ ଲକ୍ଷ ୯ ହଜାର ୧୮୮ କ୍ବିଣ୍ଟାଲ, ସୁବର୍ଣ୍ଣପୁରର ୧୧ ହଜାର ୨୪୨ ଜଣ ଚାଷୀ ୯ ଲକ୍ଷ ୨୭ ହଜାର ୬୩୬ କ୍ବିଣ୍ଟାଲ ଓ ସୁନ୍ଦରଗଡ଼ ଜିଲ୍ଲାର ୨୨୫୮ ଜଣ ଚାଷୀ ୧ ଲକ୍ଷ ୫୦ ହଜାର ୩୭୩ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନୂଆ ବ୍ୟବସ୍ଥା କୁ ଆପଣାଇ ନେଲେଣି ଚାଷୀ। ଟୋକାନ ବ୍ୟବସ୍ଥା ଅଧିକ ସ୍ଵଛ ଓ ସହଜ ହେଉଛି, ଯାହାର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜି
ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କ୍ୱିଣ୍ଟାଲ୍‌ ଧାନ ବିକି୍ର କରିଛନ୍ତି । ଗତବର୍ଷ ଆଜି ତାରିଖ ତୁଳନାରେ ଧାନସଂଗ୍ରହ ୪୩ ପ୍ରତିଶତ ଅଧିକ ହୋଇଛି ।
ଧାନସଂଗ୍ରହ ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ପି-ପାସ୍‌ ଜରିଆରେ ଆଗୁଆ
ଟୋକେନ୍‌ ପ୍ରଦାନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୨୭ଟି ଜିଲ୍ଲାର ଚାଷୀମାନଙ୍କୁ ୩ ଲକ୍ଷ ୭୭ ହଜାର
୨୯୮ଟି ଟୋକେନ୍‌ ପ୍ରଦାନ କରାଯାଇଛି ।
ଚଳିତ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ
ମଧ୍ୟରେ ବରଗଡ଼ ଜିଲ୍ଲାରେ ୫୨ ହଜାର ୭୨୭ ଜଣ ଚାଷୀ ମୋଟ ୩୪ ଲକ୍ଷ ୪୧ ହଜାର ୯୪୦ କ୍ୱିଣ୍ଟାଲ୍‌ ଧାନ ବିକି୍ର
କରିଥିବାବେଳେ ବଲାଙ୍ଗୀରର ୧୦ ହଜାର ୫୪୭ ଜଣ ଚାଷୀ ୭ ଲକ୍ଷ ୫୮ ହଜାର ୨୯ କ୍ୱିଣ୍ଟାଲ୍‌, କଳାହାଣ୍ଡିର ୧୯
ହଜାର ୩୨୪ ଜଣ ଚାଷୀ ୧୩ ଲକ୍ଷ ୩୮ ହଜାର ୨୭୫ କ୍ୱିଣ୍ଟାଲ୍‌, ମାଲକାନଗିରିର ୧୦ ହଜାର ୨୮୩ ଜଣ ଚାଷୀ ୪
ଲକ୍ଷ ୩୦ ହଜାର ୭୯୦ କ୍ୱିଣ୍ଟାଲ୍‌, କୋରାପୁଟର ୬୭୭୧ ଜଣ ଚାଷୀ ୫ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ୍‌,
ନବରଙ୍ଗପୁରର ୩୮୫୩ ଜଣ ଚାଷୀ ୩ ଲକ୍ଷ ୧୬ ହଜାର ୧୦୬ କ୍ୱିଣ୍ଟାଲ, ନୂଆପଡ଼ାର ୬୮୫୬ ଜଣ ଚାଷୀ ୩ ଲକ୍ଷ
୪୫ ହଜାର ୩୦୭ କ୍ୱିଣ୍ଟାଲ୍‌, ସମ୍ବଲପୁରର ୧୨ ହଜାର ୩୫୫ ଜଣ ଚାଷୀ ୧୦ ଲକ୍ଷ ୯ ହଜାର ୧୮୮ କ୍ୱିଣ୍ଟାଲ୍‌,
ସୁବର୍ଣ୍ଣପୁରର ୧୧ ହଜାର ୨୪୨ ଜଣ ଚାଷୀ ୯ ଲକ୍ଷ ୨୭ ହଜାର ୬୩୬ କ୍ୱିଣ୍ଟାଲ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର ୨୨୫୮ ଜଣ
ଚାଷୀ ୧ ଲକ୍ଷ ୫୦ ହଜାର ୩୭୩ କ୍ୱିଣ୍ଟାଲ୍‌ ଧାନ ବିକି୍ର କରିଛନ୍ତି ।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.