ETV Bharat / city

ପରଲୋକରେ IAS ଏଡୱିନ କୁଳଭୂଷଣ ମାଝୀ

author img

By

Published : May 19, 2021, 11:54 AM IST

କେରଳ କ୍ୟାଡରର ବରିଷ୍ଠ ଆଇଏସ ଅଧିକାରୀ ଏଡୱିନ କୁଳଭୂଷଣ ମାଝୀଙ୍କର କୋରୋନାରେ ମଙ୍ଗଳବାର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ଆଇଏଏସ ଏଡୱିନ କୁଳଭୂଷଣ ମାଝୀ
ଆଇଏଏସ ଏଡୱିନ କୁଳଭୂଷଣ ମାଝୀ

ଭୁବନେଶ୍ବର: କୋରୋନାର କୋପ କମିବାର ନାଁ ନେଉନାହିଁ । ମହାମାରୀ କୋପରେ କେତେ ଯେ ଜୀବନ ଗଲାଣି ତାହା ଆକଳନ କରି ହେବନି । କେରଳ କ୍ୟାଡରର ବରିଷ୍ଠ ଆଇଏସ ଅଧିକାରୀ ଏଡୱିନ କୁଳଭୂଷଣ ମାଝୀଙ୍କର କୋରୋନାରେ ମଙ୍ଗଳବାର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା ।

ଏଡୱିନ କୂଳଭୂଷଣ ମାଝୀଙ୍କ ଜନ୍ମ ସୁନ୍ଦରଗଡ ଜିଲ୍ଲା ଟାଉନରେ । ସେ 1989 ବ୍ୟାଚର ଆଇଏଏସ ଅଫିସର । ମାଝି ବର୍ତ୍ତମାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବଣ୍ଟନ ବିଭାଗରେ ଅତିରିକ୍ତ ସଚିବ ଭାବରେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କୋଭିଡ ରୋଗରେ ଆକ୍ରାନ୍ତ ହେବା ପରେ ସେ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

କେନ୍ଦ୍ରୀୟ ଡେପୁଟେସନରେ ନିୟୋଜିତ ହେବା ପୂର୍ବରୁ ସେ ଥିରୁଅନନ୍ତପୁରମର ଜିଲ୍ଲାପାଳ, ରାଜସ୍ୱ ବିଭାଗର ମୁଖ୍ୟ ସଚିବ ଏବଂ କୃଷି ବିଭାଗର ସଚିବ ଭାବରେ କାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଫେବୃଆରୀରେ କୁଳଭୂଷଣ ମାଝୀ କେନ୍ଦ୍ରରେ ସଚିବ-ସମାନ ପଦବୀ ପାଇଁ ନିଯୁକ୍ତ ହୋଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

କୁଳଭୂଷଣ ମାଝୀଙ୍କ ପିତା ସ୍ବର୍ଗତ ଇଗନାସ ମାଝୀ ଲଣ୍ଡନରେ ବାର ଥିଲେ । ଏହା ସହିତ ଜରୁରୀକାଳୀନ ପରବର୍ତ୍ତୀ ସମୟରେ ସେ ଓଡିଶା ସରକାରଙ୍କ ଆଇନ ଓ ଜଳସେଚନ ବିଭାଗର ମନ୍ତ୍ରୀ ଥିଲେ । କିଛି ଦିନ ପୂର୍ବରୁ ସ୍ବର୍ଗତ ମାଝୀଙ୍କ ମାଆ କୋରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ସମୟରେ ମୃତ୍ୟୁ ହୋଇଥିଲା । ଏହା ସହିତ କୁଳଭୂଷଣ ମାଝୀଙ୍କ ପତ୍ନୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.