ଭୁବନେଶ୍ବର: କୋଭିଡ଼ରେ ମୃତ ବାପା, ମାଙ୍କ ପିଲାଙ୍କୁ କେଭିରେ ପାଠ ପଢ଼ିବା ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢିବେ କୋରୋନାରେ ମୃତ ବାପାମାଆଙ୍କ ପିଲା । ବର୍ଷରେ ଗୋଟିଏ ସ୍କୁଲରେ ସର୍ବାଧିକ 10 ଜଣ ଓ ଗୋଟିଏ ଶ୍ରେଣୀରେ 2 ଜଣ କୋଭିଡ଼ ଅସହାୟଙ୍କୁ ଆଡମିଶନ ମିଳିବ । ସାଂସଦ କୋଟା ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଅସହାୟକୁ ଆଡମିଶନ ପାଇଁ ବ୍ୟବସ୍ଥା ଲାଗୁ ହୋଇଛି ।
ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବେ ଛାତ୍ରଛାତ୍ରୀ । ପିଏମ୍ କେୟାର୍ସ ଅଧୀନରେ ପିଲାମାନଙ୍କୁ ସୁଯୋଗ ମିଳିବ। ଟ୍ୟୁସନ, କମ୍ପୁଟର ଫଣ୍ଡ ସହ ସବୁ ଫି ଛାଡ଼ କରାଯିବ। ଜିଲ୍ଲାପାଳ ଦେଇଥିବା ତାଲିକା ଆଧାରରେ ଆଡମିଶନ ହେବେ । ପ୍ରଥମକୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ ମାଗଣା ପଢିବେ ଛାତ୍ରାଛାତ୍ରୀ ।
ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ଦେଶକୁ କଲବଲ କରି ରଖିଛି କୋରୋନା ମହାମାରୀ । ଟ୍ରାକ ବାହାରକୁ ଚାଲିଯାଇଛି ଜୀବନ ଆଉ ଜୀବିକା । କେତେ ସଂସାର ଉଜାଡି ଦେଇଛି ଏହି ଭୂତାଣୁ । କିଏ ସ୍ୱାମୀଙ୍କୁ ହରାଇଛି କିଏ ପରିଜନ । ଆଉ କିଏ ବାପାମାଆଙ୍କୁ ହରାଇ ବେସାହାର ହୋଇପଡିଛନ୍ତି । ତେବେ ଏହି ପିଲାଙ୍କୁ ଥଇଥାନ କରିବାକୁ ସରକାର ଏହି ନେଇଛନ୍ତି ନିଷ୍ପତ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ