ETV Bharat / city

କେବିକେ ଯୋଜନା: ସହାୟତା ରାଶିକୁ ନେଇ ସରକାରଙ୍କୁ ବିରୋଧିଙ୍କ ଟାର୍ଗେଟ

author img

By

Published : Aug 1, 2019, 11:38 AM IST

କେବିକେ ଯୋଜନାରେ ବ୍ୟୟବରାଦ ହୋଇଥିବା ସହାୟତା ରାଶିର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଏ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ବଳ୍ପ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ "ଅଳ୍ପ ଧନ୍ୟବାଦ" ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ଫାଇଲ ଫଟୋ

ଭୁବନେଶ୍ବର: ଗୁରୁବାର ବିଧାନସଭା ପ୍ରଶ୍ନକାଳରେ କେବିକେ ଯୋଜନାକୁ ନେଇ ଉଦବେଗ ପ୍ରକାଶ ପାଇଛି । 2017-18 ଆର୍ଥିକ ବର୍ଷ ପାଇଁ କେବିକେ ପାଇଁ ସ୍ବତନ୍ତ୍ର ଅନୁଦାନ ବନ୍ଦ କରି ଦେଇଛି କେନ୍ଦ୍ର । ଏ ବାବଦରେ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଅନେକ ଥର ଅନୁରୋଧ କଲା ପରେ ମଧ୍ୟ କୌଣସି ଲାଭ ମିଳିନାହିଁ ।

ପୂର୍ବରୁ 2014ରୁ 16-17 ଆର୍ଥିକ ବର୍ଷ ପର୍ଯ୍ୟନ୍ତ 750 କୋଟିର ସହାୟତା ମିଳିଥିଲା ଏବଂ ପରେ ଏହା ବନ୍ଦ ହୋଇଯାଇଛି। ବିଜୁ କେବିକେ ଯୋଜନାରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବା ଜଣାଇଛନ୍ତି ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା । କେବିକେ ଯୋଜନାରେ ମୋଟ 3343.95 କୋଟି ଟଙ୍କା ଅନୁଦାନ ଆସିଥିଲା। ସେଥିମଧ୍ୟରୁ 3289 କୋଟି ଖର୍ଚ୍ଚ ହୋଇଛି। ବାକି 54 କୋଟି ଟଙ୍କାର ଖର୍ଚ୍ଚ ଚାଲିଛି ବୋଲି ଜଣାଇଛନ୍ତି ମନ୍ତ୍ରୀ।

1998-99 ମସିହାରୁ କେବିକେ ଯୋଜନା ଆରମ୍ଭ ହୋଇଥିଲା । କେନ୍ଦ୍ର ଠାରୁ ୩୩୪୩ କୋଟି ୯୫ ଲକ୍ଷ ଟଙ୍କା ରାଜ୍ୟ ପାଇଥିବା ବେଳେ ୩୨୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେବିକେ ଯୋଜନାରେ ବ୍ୟୟବରାଦ ହୋଇଥିବା ସହାୟତା ରାଶିର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ଘେରିଛି ବିରୋଧି କଂଗ୍ରେସ । ଏହି ଯୋଜନା ପାଇଁ ରାଜ୍ୟ ସରକାର ଅଳ୍ପ ଅର୍ଥ ଦେଇଥିବାରୁ ମୁଁ " ଅଳ୍ପ ଧନ୍ୟବାଦ" ଦେଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନସଭା ପ୍ରଶ୍ନକାଳ ରେ କେବିକେ ଯୋଜନା ନେଇ ଉଦ୍ବେଗ ପ୍ରକାଶ ପାଇଛି। 2017-18ରୁ kbk ପାଇଁ ସ୍ୟାତନ୍ତ୍ର ଅନୁଦାନ ବନ୍ଦ କରିଛି କେନ୍ଦ୍ର। ରାଜ୍ୟ ବହୁ ଅନୁରୋଧ କଲେ ବି ଲାଭ ହେଇନି। ପୂର୍ବରୁ 2014ରୁ 16-17 ଯାଏ 750 କୋଟି ଟଙ୍କା ଦେଇଥିଲେ, ପରେ ବନ୍ଦ କଲା। ତେଣୁ ବିଜୁ kbk ଯୋଜନାରୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା। ରାଜ୍ୟ ବହୁ ଅନୁରୋଧ କଲେ ବି ଲାଭ ହେଇନି। କେବିକେ ଯୋଜନା ରେ ସମୁଦାୟ 3343.95 କୋଟି ଟଙ୍କା ଅନୁଦାନ ଆସିଥିଲା। ସେଥିମଧ୍ୟରୁ 3289 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାକି 54 କୋଟି ଟଙ୍କାର ଖର୍ଚ୍ଚ ଚାଲିଛି। ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କ ସୂଚନା।
1998-99 ରୁ କେବିକେ ଆରମ୍ଭ ହେଲା। କେନ୍ଦ୍ର ଠାରୁ ୩ ହଜାର ୩୪୩ କୋଟି ୯୫ ଲକ୍ଷ ଟଙ୍କା ରାଜ୍ୟ ପାଇଥିବା ବେଳେ ୩ ହଜାର ୨୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। Body:KBK ପାଇଁ ରାଜ୍ୟ ସରକାର ଅଳ୍ପ ଅର୍ଥ ଦେଇଥିବାରୁ ମୁଁ "ଅଳ୍ପ ଧନ୍ୟବାଦ" ଦେଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ବାଇଟ- ନରସିଂହ ମିଶ୍ର, କଂଗ୍ରେସ ବିଧାୟକ
ବାଇଟ- ପଦ୍ମନାଭ ବେହେରା, ଯୋଜନା ଓ ସଂଯୋଜନା ମନ୍ତ୍ରୀ

ପ୍ରଶ୍ନକାଳ ରୁ ନେବେConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.