ETV Bharat / city

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଏଥର ଡଙ୍ଗା ଭସାଇବା ମନା - kartika purnima

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିବାକୁ ଯାଇ ଆଜି ପାଳିତ ହୁଏ ବୋଇତ ବନ୍ଦାଣ ଉତ୍ସବ । ହେଲେ ଏଥର କୋରୋନା କଟକଣା ପାଇଁ ଡଙ୍ଗା ଭସାଣ ଉପରେ ରୋକ ଲଗାଇଛନ୍ତି ସରକାର । ଅଧିକ ପଢନ୍ତୁ...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଏଥର ଡଙ୍ଗା ଭସାଇବା ମନା

author img

By

Published : Nov 30, 2020, 7:11 AM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷଦିନ । ଏହି ଦିନକୁ ଅନାଇ ବସିଥାନ୍ତି ସଭିଏଁ । ପାହାନ୍ତାରୁ ନିତ୍ୟକର୍ମ ସାରି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାନ୍ତି ସମସ୍ତେ । ହେଲେ ଏଥର ବୋଇତ ବନ୍ଦାଣ ଉତ୍ସବରେ ପଡିଛି ମହାମାରୀ କୋରୋନାର ନଜର । କୋରୋନାକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି ସରକାର ।

ଭୁବନେଶ୍ବର ପ୍ରସିଦ୍ଧ ବିନ୍ଦୁ ସାଗରରେ 144 ଧାରା ଲଗାଇଛି ପ୍ରଶାସନ । ଫଳରେ ବନ୍ଦୁ ସାଗରରେ ଆଜି ଶୁଣିବାକୁ ମିଳିବନି ଆ-କା-ମା-ବୈ । ଭାସିବନି ବୋଇତ । ପରମ୍ପରା ରକ୍ଷା କରିବାକୁ କାଁ ଭାଁ କେଉଁଠି ଡଙ୍ଗା ଭସାଣ ପର୍ବ ପାଳିତ ହୋଇପାରେ । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ପର୍ବପର୍ବାଣୀ ପାଳନ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ବିଭିନ୍ନ ନଦୀ ଘାଟ ଜଳାଶୟରେ ଏକତ୍ରିତ ହୋଇ ହଜାର ହଜାର ଲୋକ ଡଙ୍ଗା ଭସାନ୍ତି । ସଂକ୍ରମଣ ବଢିବା ଆଶଙ୍କା କରି ସରକାର ଅନ୍ୟ ପର୍ବପର୍ବାଣୀ ପରି ଡଙ୍ଗା ଭସାଣ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି । ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ପରମ୍ପରାରେ ରୋକ୍ ଲାଗିଥିବାରୁ ସେପଟେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡିଶାରେ କେବେଠୁ ପାଳନ ହୁଏ କାର୍ତ୍ତିକ ପୂର୍ଣ୍ଣିମା:

କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା । ଓଡିଶାର ପ୍ରତି ଘରେ ଘରେ ପାଳନ ହୁଏ ଏହି ପର୍ବ । କାର୍ତ୍ତିକ ପୂର୍ଣ୍ଣିମା ରାଜ୍ୟରେ ଗଣପର୍ବ ଭାବେ ଗଣାଯାଏ । ବହୁ ପୁରାତନ କାଳରୁ ଓଡିଶାରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଆସୁଛି । ବହୁ ପୁରାତନ କାଳରୁ ସାଧବ ପୁଅ ମାନେ ବାଣିଜ୍ୟ କରିବାକୁ ବୋଇତ ନେଇ ଯାଉଥିଲେ । ସେମାନଙ୍କ ଯାତ୍ରା ଆରମ୍ଭରୁ ଶେଷ ଦିନରେ ବୋଇତ ବନ୍ଦାଣ କରାଯାଏ । ଆଉ ସେହି ପରମ୍ପରାକୁ ମନେ ପକାଇବାକୁ ଯାଇ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି । ଆବାଳବୃଦ୍ଧ ବନିତା ଏକତ୍ରିତ ହୋଇ ସୋଲ ଡଙ୍ଗା, କଦଳୀ ପାଟୁଆକୁ ଡଙ୍ଗା କରି ଆ-କା-ମା-ବୈ ଗାନ କରି ଡଙ୍ଗା ଭସାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.