ETV Bharat / city

ବିନ୍ଦୁସାଗରରେ ବୋଇତ ବନ୍ଦାଣ, ଆ-କା-ମା-ବୈରେ କମ୍ପିଛୁ ପରିବେଶ - kartika purnima

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ରାଜଧାନୀବାସୀ ଡଙ୍ଗାଭସାଇବାକୁ ବିନ୍ଦୁସାଗରରେ ଏକଜୁଟ ହୋଇଛନ୍ତି ଶ୍ରଦ୍ଧାଳୁ ।

ଆ-କା-ମା-ବୈରେ କମ୍ପିଛୁ ପରିବେଶ
author img

By

Published : Nov 12, 2019, 9:41 AM IST

Updated : Nov 12, 2019, 10:21 AM IST

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ନିବିଡ଼ ଭାବରେ ସଂପୃକ୍ତ । ଏହି ଅବସର ରାଜଧାନୀବାସୀ ମଧ୍ୟ ପବିତ୍ର ବିନ୍ଦୁସାଗରରେ ଏକଜୁଟ ହୋଇ ଡଙ୍ଗା ଭସାଇ ମନେପକାଇଛନ୍ତି ସେହି ପୁରୁଣା ଐତିହ୍ୟକୁ ।

ଭିଡିଓ ସୌଜନ୍ୟ: ପ୍ରିତିନିଧି, ଭୁବନେଶ୍ବର

ଏହି ପୂର୍ଣ୍ଣିମା ତିଥିରେ ନୌକାରେ ବସି ବାଲି, ଜାଭା, ସୁମିତ୍ରା ଆଦି ଦେଶକୁ ଯାଇ ସାଧବ ପୁଅ ମାନେ ବାଣିଜ୍ୟ କରୁଥିଲେ ।

ସେହି ଐତିହାସିକ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ସାରା ଓଡ଼ିଶା ବାସୀ କଦଳୀ ପଟୁକାରେ ପାନ,ଗୁଆ, ଦୀପ,ଦୁବ, ରଖି ନିଜ ନିଜ ବୋଇତ ବା ଡଙ୍ଗା କୁ ପୂଜା କରି ନିକଟସ୍ଥ ନଦୀ ତୁଠରେ ଭସାଇଥାନ୍ତି । ସେପଟେ ଆଜି ହବିଷ୍ୟାଳି ବି ଗତ ମାସେ ଧରି ପାଳୁଥିବା ବ୍ରତକୁ ଉଜ୍ଜାପନ କରି ଠାକୁର ଦର୍ଶନ କରିବା ସହ ଘରକୁ ଫେରିଥାନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଯାହାର ମହତ୍ୱ ଓଡ଼ିଶାର ସହ ଅଙ୍ଗାଅଙ୍ଗି ଭାବରେ ଜଡିତ। କାରଣ ପର୍ଵ ରୁ କଳିଙ୍ଗ ର ସାଧବ ପୁଅ ମାନେ ନୌବାଣିଜ୍ୟ କରିବା ପାଇଁ ଏହି ପୂର୍ଣ୍ଣିମା ତିଥି ରେ ନୌକା ଦ୍ବାରା ବାଲି, ଜାଭା,ସୁମାତ୍ରା ଭଳି ଦେଶ କୁ ଯାଇଥାନ୍ତି। ଆଉ ସେହି ଐତିହାସିକ ପର ପରମ୍ପରା କୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ରେ ସାରା ଓଡ଼ିଶା ବାସୀ କଦଳୀ ପାରୁଆ ରେ ଡଙ୍ଗା ଭସାଇ ଥାନ୍ତି। ପାନ,ଗୁଆ, ଦୀପ,ଦୁବ, ଦେଇ ନିଜ ନିଜ ବୋଇତ ବା ଦଙ୍ଗା କୁ ପୂଜା କରି ନିଜ ନିଜ ଅଞ୍ଚଳ ର ନଦୀ ତୁଠ ରେ ଭସାଇ ଥାନ୍ତି। ଅନ୍ୟ ପଟେ ଆଜି ହବିସ୍ୟାଲି ଏକ ମାସ ଧରି ପାଳୁଥିବା ନିଜର ବ୍ରତ ମଧ୍ୟ ଉଜାପନ ମଧ୍ୟ କରି ଠାକୁର ଦର୍ଶନ କରିଥାନ୍ତି। ଆଉ ଆଜି ଏହି ଅବସର ରାଜଧାନୀ ବାସୀ ମଧ୍ୟ ଏକତ୍ରିତ ହୋଇ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ରେ ଏକଜୁଟ ହୋଇ ବୋଇତ ଭସାଇଛନ୍ତି,,,,,,,,

Body:ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଯାହାର ମହତ୍ୱ ଓଡ଼ିଶାର ସହ ଅଙ୍ଗାଅଙ୍ଗି ଭାବରେ ଜଡିତ। କାରଣ ପର୍ଵ ରୁ କଳିଙ୍ଗ ର ସାଧବ ପୁଅ ମାନେ ନୌବାଣିଜ୍ୟ କରିବା ପାଇଁ ଏହି ପୂର୍ଣ୍ଣିମା ତିଥି ରେ ନୌକା ଦ୍ବାରା ବାଲି, ଜାଭା,ସୁମାତ୍ରା ଭଳି ଦେଶ କୁ ଯାଇଥାନ୍ତି। ଆଉ ସେହି ଐତିହାସିକ ପର ପରମ୍ପରା କୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ରେ ସାରା ଓଡ଼ିଶା ବାସୀ କଦଳୀ ପାରୁଆ ରେ ଡଙ୍ଗା ଭସାଇ ଥାନ୍ତି। ପାନ,ଗୁଆ, ଦୀପ,ଦୁବ, ଦେଇ ନିଜ ନିଜ ବୋଇତ ବା ଦଙ୍ଗା କୁ ପୂଜା କରି ନିଜ ନିଜ ଅଞ୍ଚଳ ର ନଦୀ ତୁଠ ରେ ଭସାଇ ଥାନ୍ତି। ଅନ୍ୟ ପଟେ ଆଜି ହବିସ୍ୟାଲି ଏକ ମାସ ଧରି ପାଳୁଥିବା ନିଜର ବ୍ରତ ମଧ୍ୟ ଉଜାପନ ମଧ୍ୟ କରି ଠାକୁର ଦର୍ଶନ କରିଥାନ୍ତି। ଆଉ ଆଜି ଏହି ଅବସର ରାଜଧାନୀ ବାସୀ ମଧ୍ୟ ଏକତ୍ରିତ ହୋଇ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ରେ ଏକଜୁଟ ହୋଇ ବୋଇତ ଭସାଇଛନ୍ତି,,,,,,,,

Conclusion:
Last Updated : Nov 12, 2019, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.