ETV Bharat / city

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସିରେ ହାଜର - victim come to ohrc for judgment

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ । ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ହାଜର ହେଲେ ନୟାଗଡର ସୋମନାଥ ଦଳାଇ । ଅଧିକ ପଢନ୍ତୁ...

kangaroo court
ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସି ନିକଟରେ ହାଜର
author img

By

Published : Jan 24, 2020, 6:59 PM IST

ଭୁବନେଶ୍ବର: ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ । ନିଜ ଗାଁରେ ସ୍ବାଧୀନ ନାହିଁ ଦୃଷ୍ଟିବାଧିତଙ୍କ ପରିବାର। ନୟାଗଡ ଜିଲ୍ଲା କଣ୍ଟିଲୋ ଗ୍ରାମ କେଉଟ ସାହିର ସୋମନାଥ ଦଳାଇ ଜଣେ ଦୃଷ୍ଟିବାଧିତ ବ୍ୟକ୍ତି। ସେ ତାଙ୍କ ପରିବାରକୁ ଅତି ଦୁଃଖ କଷ୍ଟରେ ଚଳାଉଥିବାବେଳେ ତାଙ୍କୁ ସାହିରେ କଙ୍ଗାରୁକୋର୍ଟ ବସାଇ ବାସନ୍ଦ କରାଯାଇଛି।

ଦୃଷ୍ଟିବାଧିତଙ୍କୁ କଙ୍ଗାରୁକୋର୍ଟରେ ବାସନ୍ଦ, ନ୍ୟାୟ ପାଇଁ ଓଏଚଆରସି ନିକଟରେ ହାଜର

ବାସନ୍ଦ ପରେ ଦୀର୍ଘ ଦିନ ଧରି ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ନ୍ୟାୟ ପାଇବାର ଆଶା ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ଙ୍କ ନିକଟକୁ ଆସିଛନ୍ତି ସେ। 2017-18 ମସିହାରେ କେଉଟ ସାହିରେ ଏକ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଟଙ୍କା ଆସିଥିଲା। ଯାହା ଦୃଷ୍ଟିବାଧିତ ସୋମନାଥଙ୍କ ଘର ସମ୍ମୁଖରେ ନିର୍ମାଣ କରାଯାଇଛି।

ଏହାକୁ ସୋମନାଥଙ୍କ ସହ ପରିବାର ବର୍ଗ ବିରୋଧ କରିଥିଲେ ମଧ୍ୟ ଗାଁ ଲୋକ ଶୁଣିନଥିଲେ। ତାଙ୍କ ଘର ସମ୍ମୁଖରେ ଭାଗବତ ଟୁଙ୍ଗି ନିର୍ମାଣ କରିଥିଲେ। ଫଳରେ ଘରୁ ବାହାରକୁ ଆସିବା ପାଇଁ ଏବେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ବିରୋଧ କରିବା ଫଳରେ ଗାଁର କିଛି ଅସାମାଜିକ ପ୍ରକୃତିର ଲୋକ କଙ୍ଗାରୁ କୋର୍ଟ ବସାଇ ଗାଁରୁ ବାସନ୍ଦ କରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ, ନୟାଗଡ ଏସପି ଓ ଜିଲ୍ଲାପାଳଙ୍କୁ ସେ ଭେଟିସାରିଲା ପରେ ବି କିଛି ସୁଫଳ ମିଳିପାରିଲା ନାହିଁ। ଯାହା ଫଳରେ ନ୍ୟାୟ ପାଇଁ ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ସେ ପହଞ୍ଚିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଦୃଷ୍ଟିହୀନଙ୍କୁ କାଙ୍ଗାରୁକୋର୍ଟରେ ବାସନ୍ଦ, ନିଜ ଗାଁ ରେ ସ୍ୱାଧୀନ ନାହିଁ ଦୃଷ୍ଟିହୀନ ପରିବାର।

ନୟାଗଡ ଜିଲ୍ଲା କଣ୍ଟିଲୋ ଗ୍ରାମ କେଉଟ ସାହିର ସୋମନାଥ ଦଳାଇ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ସେ ତାଙ୍କ ପରିବାରକୁ ଅତି ଦୁଃଖ କଷ୍ଟରେ ଚଳାଉଥିବା ବେଳେ ତାଙ୍କୁ ସାହିରେ କାଙ୍ଗାରୁକୋର୍ଟ ବସାଇ ବାସନ୍ଦ କରାଯାଇଛି। ଦୀର୍ଘ ଦିନ ଧରି ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ନ୍ୟାୟ ପାଇବାର ଆଶା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟକୁ ଆସିଛନ୍ତି।

Body:
2017-18 ମସିହାରେ କେଉଟ ସାହିରେ ଏକ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଟଙ୍କା ଆସିଥିଲା। ଯାହା ଦୃଷ୍ଟିହୀନ ଷୋମନାଥଙ୍କ ଘର ସମ୍ମୁଖରେ ନିର୍ମାଣ କରାଯାଇଛି। ଏହାକୁ ସୋମନାଥ ଙ୍କ ସହ ପରିବାର ବର୍ଗ ବିରୋଧ କରିଥିଲେ ମଧ୍ୟ ଗାଁ ଲୋକ ଶୁଣିନଥିଲେ। ତାଙ୍କ ଘର ସମୁକହରେ ଭାଗବତ ଟୁଙ୍ଗି ନିର୍ମାଣ କରିଥିଲେ। ଯାହା ଘରୁ ବାହାରକୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋମନାଥ ଙ୍କ ପରିବାର ବର୍ଗ। ଏହାକୁ ବିରୋଧ କରିବା ଫଳରେ ଗାଁର କିଛି ଅସାମାଜିକ ପ୍ରକୃତିର ଲୋକ ଏକ କାଙ୍ଗାରୁ କୋର୍ଟ ବସାଇ ଗାଁ ରୁ ପରିବାର ସହ ବାସନ୍ଦ କରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଥାନା, କଲେକ୍ଟର,ନୟାଗଡ ଏସପି ଙ୍କୁ ଭେଟିସାରିଲା ପରେ ବି କିଛି ସୁଫଳ ମିଳିପାରିଲା ନାହିଁ। ଯାହା ଫଳରେ ନ୍ୟାୟ ପାଇଁ ବହୁ ଅଧିକାରୀଙ୍କ ପାଖକୁ ଯାଇ ମଧ୍ୟ କିଛି ନ୍ୟାୟ ନମିଳିବାରୁ ଶେଷରେ ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି ହୋଇଛନ୍ତି। ଏନେଇ ସୋମନାଥ କହିଛନ୍ତି ଦିର୍ଗ 50 ବର୍ଷ ଧରି ଭାରତ ସ୍ୱାଧୀନ ହୋଇସାରିଛି ହେଲେ ମୁ ଆଉ ମୋ ପରିବାର ନିଜ ଗାଁ ରେ ସ୍ୱାଧୀନ ହୋଇ ରହିପାରିଲୁ ନାହିଁ। ଯାହା ନିଜ ଗାଁର ଲୋକମାନେ ବାସନ୍ଦ କରିଛନ୍ତି।

Byte- ସୋମନାଥ ଦଳାଇ, ଅଭିଯୋଗକାରୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.