ଭୁବନେଶ୍ବର: ରାଜଧାନୀ ରାସ୍ତାରେ ସ୍ଵାମୀଙ୍କୁ ଖୋଜୁଛନ୍ତି ମହିଳା । ଦାରିଙ୍ଗବାଡିରୁ ଆସି ରାଜଧାନୀ ଭୁବନେଶ୍ୱରରେ ସ୍ଵାମୀଙ୍କୁ ଖୋଜୁଛନ୍ତି ମହିଳା । ୧୧ ବର୍ଷ ତଳେ ଭଲ ପାଇ ବିବାହ କରିଥିଲେ ମହିଳା । ଆଉ ଏବେ ସ୍ଵାମୀ ଆଉ ଜଣେ ଯୁବତୀଙ୍କୁ ଭଲପାଇ ଭୁବନେଶ୍ୱରରେ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।ଏପରିକି ତାଙ୍କର ୨ ପୁଅଙ୍କୁ ଘରେ ନଥିବା ସମୟରେ ନେଇ ଆସିଥିବା ସେ କହିଛନ୍ତି ।
ସ୍ଵାମୀଙ୍କ କୌଣସି ଠିକଣା ନଥିବାରୁ କେବଳ ଝାରପଡା ଅଞ୍ଚଳରେ ରହୁଥିବା ମହିଳା ଜଣକ କହିଛନ୍ତି । ସେଥିପାଇଁ ସେ ଝାରପଡାର ବିଭିନ୍ନ ଦୋକାନ ଓ ଘର ଘର ବୁଲି ନିଜ ସ୍ଵାମୀଙ୍କ ଠିକଣା ଖୋଜୁଛନ୍ତି । ମହିଳା ଜଣଙ୍କ ହେଉଛନ୍ତି ଦାରଙ୍ଗିବାଡିର ମନ୍ଦାକୀନୀ ନାୟକ । ତାଙ୍କ ସ୍ଵାମୀ ଅଭ୍ରାମ ପ୍ରଧାନ ତିନି ମାସ ଆଗରୁ ଛାଡି ଭୁବନେଶ୍ୱର ପଳାଇ ଆସିଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ଦୁଇଟି ପିଲାଙ୍କୁ ନେଇ ଆସିଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ