ETV Bharat / city

କଳିଙ୍ଗ ସେନାର ମହାନତା, ବେସାହାରା ପଶୁପକ୍ଷୀଙ୍କ ପେଟରେ ଦେଉଛନ୍ତି ଦାନା - କଳିଙ୍ଗ ଯୁବ ସେନାର ମହାନତା

ମହାମାରୀ ସମୟରେ ବେସାହାରା ପଶୁପକ୍ଷୀଙ୍କ ଚିନ୍ତା ଘାରିଛି କଳିଙ୍ଗ ସେନାର ଯୁବ ବାହିନୀକୁ । ମହା ରୌଦ୍ରତାପରେ ପଶୁ-ପକ୍ଷୀଙ୍କୁ ଖାଦ୍ୟ ପାନୀୟ ଯୋଗାଉଛି ଯୁବକ ସଂଘ । ବେସାହାରା ପଶୁପକ୍ଷୀଙ୍କ ପାଇଁ ସାହାରା ପାଲଟିଛି ଭୁବନେଶ୍ୱର ପଟିଆ ଗାଁର କଳିଙ୍ଗ ଯୁବ ସେନାର ସଦସ୍ୟ । ଅଧିକ ପଢନ୍ତୁ...

କଳିଙ୍ଗ ସେନାର ମହାନତା, ବେସାହାରା ପଶୁପକ୍ଷୀଙ୍କୁ ଯୋଗାଉଛନ୍ତି

author img

By

Published : May 5, 2021, 9:32 PM IST

ଭୁବନେଶ୍ବର : ମହାମାରୀ ସମୟରେ କଳିଙ୍ଗ ସେନାର ଯୁବ ବାହିନୀକୁ ଘାରିଛି ବେସାହାରା ପଶୁପକ୍ଷୀଙ୍କ ଚିନ୍ତା । ରୌଦ୍ରତାପରେ ପଶୁପକ୍ଷୀଙ୍କୁ ଖାଦ୍ୟ ପାନୀୟ ଯୋଗାଉଛି ଯୁବକ ସଂଘ । ବେସାହାରା ପଶୁପକ୍ଷୀଙ୍କ ପାଇଁ ସାହାରା ପାଲଟିଛି ଭୁବନେଶ୍ୱର ପଟିଆ ଗାଁର କଳିଙ୍ଗ ଯୁବ ସେନାର ସଦସ୍ୟ । ଗୋଟିଏ ପଟେ ଅଦୃଶ୍ୟ କୋରୋନା ଭୂତାଣୁ ଚାରିଆଡ଼େ ଭୟ ସୃଷ୍ଟି କରିଥିବା ବେଳେ ଅନ୍ୟ ପଟେ ପଶୁ ପକ୍ଷୀଙ୍କ ପାଇଁ ଆଗେଇ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ଯୁବକ ।

କଳିଙ୍ଗ ସେନାର ମହାନତା, ବେସାହାରା ପଶୁପକ୍ଷୀଙ୍କୁ ଯୋଗାଉଛନ୍ତି

ଚାରି ଜଣଙ୍କୁ ନେଇ ତିଆରି ହୋଇଥିବା ଏଇ ସଂଘ ଆଜି ପଚାଶରେ ପହଞ୍ଚିଛି । କେବଳ ସେତିକି ନୁହେଁ ବେସାହାରା ବୁଲା ଗାଈ ଗୋରୁଙ୍କ ପାଇଁ ତିଆରି କରିଛନ୍ତି ଦୁଇଟି ଆଶ୍ରୟ ସ୍ଥଳୀ । ରାଜଧାନୀର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ପଶୁ ପକ୍ଷୀଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦେବାକୁ ନେଇଛନ୍ତି ଦୃଢ଼ ସଂକଳ୍ପ । ପ୍ରତିଦିନ କିଛି ଯୁବକ ସକାଳୁ ହାତରେ ପାଣି ବାଲଟି ଓ ଖାଦ୍ୟ ଧରି ବାହାରି ଯାଆନ୍ତି ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଇବାକୁ ।

ଯୁବକ ସଂଘ ପକ୍ଷରୁ ସ୍ଥାନେ ସ୍ଥାନେ ପଶୁ ପକ୍ଷୀଙ୍କ ପାଇଁ ପାଣି କୁଣ୍ଡ ରଖାଯାଇଥିବା ଦେଖିବାକୁ ମିଳିଛି । ସବୁଦିନ ସକାଳୁ ଏକ ପାଣି ଟ୍ୟାଙ୍କର ବାହାରି ଏହି କୁଣ୍ଡ ଗୁଡିକରେ ପାଣି ଭର୍ତ୍ତି କରିଥାଏ । ସେହିପରି ପକ୍ଷୀ ମାନଙ୍କ ପାଇଁ ଅନୁରୂପ ବ୍ୟବସ୍ଥା କରିଛନ୍ତି ଏହି ଯୁବ ସଂଘ । ବଡ଼ ବଡ଼ ଗଛରେ ଝୁଲା ସାହାଯ୍ୟରେ ପାଣି ଓ ଖାଦ୍ୟ ରଖି ପକ୍ଷୀ ମାନଙ୍କୁ ଯୋଗାଉଛନ୍ତି ସେବା । ତେବେ ପଶୁପକ୍ଷୀଙ୍କ ସେବା କରିବା ଦ୍ବାରା ଆତ୍ମସନ୍ତୋଷ ମିଳୁଥିବା ଯୁବକ ସଂଘର ସଦସ୍ୟଙ୍କ ମାନେ କହିଛନ୍ତି । ତେବେ ବେସାହାରା ବୁଲା କୁକୁର ଓ ଗାଈ ଗୋରୁ ମାନଙ୍କୁ ପ୍ରତିଦିନ ଖାଦ୍ୟ ଯୋଗାଇ ଏବେ ଏହି କଳିଙ୍ଗ ଯୁବ ସେନା ‌ବେଶ ପ୍ରଶଂସା ସାଉଁଟିଛନ୍ତି ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.