ଭୁବନେଶର: ମହାମାରୀ କୋରୋନା କଟକଣା ପାଇଁ ଦୀର୍ଘଦିନରୁ ବନ୍ଦ ରହିଛି କଳିଙ୍ଗ ଷ୍ଟାଡିୟମ । ମାତ୍ର ଏହି ସମୟ ମଧ୍ୟରେ କେବଳ କିଛି ସ୍ଵୀକୃତିପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ଏସଓପି ଅବଲମ୍ବନ ପୂର୍ବକ ଅଭ୍ୟାସ କରିବାକୁ ସୁଯୋଗ ମିଳୁଛି। ବର୍ତ୍ତମାନ କୋରୋନା ପ୍ରଭାବ ରାଜ୍ୟରେ କମୁଥିବାରୁ କୋଭିଡ କଟକଣା ପ୍ରତ୍ୟାହାର ହେଲେ ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମ ଖୋଲିବା ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତ ବେହେରା।
ଯାହାଫଳରେ ସାଧାରଣ ଲୋକେ ମଧ୍ୟ କଳିଙ୍ଗ ଷ୍ଟାଡିୟମ ଭିତରକୁ ଯାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଆଜି(ମଙ୍ଗଳବାର) ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ନିକଟରେ ବିବେକାନନ୍ଦ ଜୟନ୍ତୀ ଅବସରରେ ତାଙ୍କ ମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି କ୍ରିଡାମନ୍ତ୍ରୀ ।
ଏହି ସମୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, କୋଭିଡ କଟକଣା ହଟିଲେ ଖୁବଶୀଘ୍ର ସମସ୍ତଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବା ନେଇ ସେ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ