ETV Bharat / city

ଚର୍ଚ୍ଚାରେ ଓଡିଆ ପୁଅ ଜିତେନ୍ଦ୍ର, JNUରେ ଲଢୁଛନ୍ତି ନିର୍ବାଚନ - ଜିତେନ୍ଦ୍ର ସୁନା ଓରଫ ଜିତୁ

କୁହାଯାଏ ଇଛା ଶକ୍ତିଥିଲେ ବାଟ ଆପେ ଆପେ ଦେଖାଯାଏ । କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ଜାରି ରଖିଲେ ଭାଗ୍ୟ କେତେବେଳ କେଉଁଠି ନେଇ ପହଞ୍ଚାଇବ ତାହା କହିବା ଅସମ୍ଭବ । ଏପରିକି ଦୃଢ ଇଛା ଶକ୍ତି ମଧ୍ୟ ଗରିବର ପଥ ରୋକି ପାରେନି । ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଓଡିଆ ପୁଅ ଜିତେନ୍ଦ୍ର । ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 31, 2019, 11:23 PM IST

Updated : Aug 31, 2019, 11:53 PM IST

କଳାହାଣ୍ଡି: ଗରିବ ଗଳିରୁ ଦିଲ୍ଲୀ ଜେଏନୟୁ ଦଖଲ ଲକ୍ଷ୍ୟ । ଦିନେ ଏନଆରଜିଏସରେ ଶ୍ରମିକ ଭାବେ କାମ କରିଥିବା ଓଡିଆ ପୁଅ ଏବେ ଦିଲ୍ଲୀ ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଲଢୁଛି । ସଭାପତି ପ୍ରାର୍ଥୀ ଭାବେ ସେ ଏବେ ଯେତେ ଚର୍ଚ୍ଚିତ ତା'ଠାରୁ ଅଧିକ ଚର୍ଚ୍ଚାରେ ନିଜ ଜୀବନରେ ସଂଗ୍ରାମକୁ ନେଇ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗାଁର ଜିତେନ୍ଦ୍ର ସୁନାଙ୍କ କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପ୍ରାଥମିକ ଶିକ୍ଷା ଆରମ୍ଭରୁ ହିଁ ଦାରିଦ୍ର୍ୟ କବଳରେ ପେଷି ହୋଇଥିଲା ଜିତୁଙ୍କ ଜୀବନ ସଂଗ୍ରାମ । କାରଣ ବାପା ଲକ୍ଷ୍ମଣ ସୁନା ପେସାରେ ଜଣେ କୃଷି ଶ୍ରମିକ । ଆଉ ପରିବାର କହିଲେ ବାପା, ମା, ତିନି ଭଉଣୀ ଓ ଚାରି ଭାଇ । ଏମିତି ସ୍ଥିତିରେ ବାପା ଲକ୍ଷ୍ମଣଙ୍କ ରୋଜଗାର ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ।

ଆଉ ବାପାଙ୍କ ଦାୟିତ୍ବଭାର କମ କରିବାକୁ ଜିତେନ୍ଦ୍ରଙ୍କ ମା ପରିବା ବିକୁଥିଲେ । ହେଲେ ଦଇବ ତାହା ମଧ୍ୟ ଛଡାଇ ନେଇଥିଲା । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ତାଙ୍କ ମା'ଙ୍କ ବିୟୋଗ ହୋଇଥିଲା । ପରିବାର ବୋଝ ମୁଣ୍ଡେଇବାକୁ ସେ ସ୍କୁଲ ଯିବା ସହ ଗାଁରେ କୃଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ପାଠ ପଢିବାକୁ ମନରେ ଥିଲା ଅନେକ ଦୁର୍ବଳତା ।

ଯେନତେନ କରି ଜିତେନ୍ଦ୍ର ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିଲେ । ହେଲେ ଦାରିଦ୍ରର ତାଡନା ତାଙ୍କ ପାଠପଢାରେ ଡୋରି ଲଗାଇଥିଲା । ପରିବାର ଚଳାଇବାକୁ ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡରେ ହେଲପର ଭାବେ କାମ କରୁଥିଲେ । ସେଠାରୁ କିଛି ଟଙ୍କା ସଂଗ୍ରହ କରି ଗାଁ କଲେଜରେ ସ୍ନାତକ ପଢା ଶେଷ କରିଥିଲେ । ଏହାପରେ ସେ ନାଗପୁର ଯାଇ ଆମ୍ବେଦକରିଜିମ୍‌ ଓ ବୁଦ୍ଧିଜିମ୍‌ ଉପରେ ରିସର୍ଚ୍ଚ କରିଥିଲେ । ପରେ 2013ରେ ଜେଏନୟୁରେ ଇତିହାସ ବିଭାଗରେ ଭର୍ତ୍ତି ହୋଇଥିଲେ । ଯେଉଁଥିରେ ଏମଏ, ଏମଫିଲଓ ଏବେ ପିଏଚଡି କରୁଛନ୍ତି ଜିତେନ୍ଦ୍ର ।

ଆଉ ଏବେ ସେ ଜବାହାରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନର ସଭାପତି ପ୍ରାର୍ଥୀ । ଏନଆରଜିଏସ ଶ୍ରମିକରୁ ଜେଏନୟୁର ଛାତ୍ର ସଂସଦ ପ୍ରାର୍ଥୀ, ଜିତେନ୍ଦ୍ରଙ୍କ ଏହି ସଂଘର୍ଷମୟ କାହାଣୀ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଅସାଧାରଣ ସଫଳତା ଫ।ର୍ମ ଲେବର ରୁ ଜେଏନୟୁ ଛାତ୍ର ସଂସଦ ପ୍ରାର୍ଥୀ ।
ଜିତେନ୍ଦ୍ର ସୁନା ଓରଫ ଜିତୁ । ଏବେ ଗଣମାଧ୍ୟମ ର ଜଣେ ଚର୍ଚିତ ବ୍ୟକ୍ତି । କାରଣ ଦିନେ ଫ ।ର୍ମ ଲେବର ଭାବେ କାମ କରୁଥିବା ଜିତେନ୍ଦ୍ର ଏବେ ଲଢିବାକୁ ଯାଉଛନ୍ତି ଦିଲ୍ଲୀ ଜେଏନେୟୁ ର ଛାତ୍ର ସଂସଦ ନିର୍ବାଚନ । ପ୍ରାର୍ଥି ହିସାବରେ ସେ ଏବେ ଯେତେ ଚର୍ଚିତ ତା ଠାରୁ ଅଧିକ ଚର୍ଚା ନିଜର ଜୀବନ ସଂଗ୍ରାମ କୁ ନେଇ । କଳାହାଠି ଜିଲ୍ଲା କର୍ଲାମୁଠା ବ୍ଲକ ପୌରକେଲା ଗାଁ ର ଜିତେନ୍ଦ୍ର ସୁନା । ପ୍ରାଥମିକ ଶିକ୍ଷା ଆରମ୍ଭ ରୁ ହିଁ ଦାରିଦ୍ର୍ୟ କବଳ ରେ ପେଶୀ ହୋଇ ଆରମ୍ଭ ହୋଇଥିଲା ଜୀବନ ସହ ସଂଗ୍ରାମ । କାରଣ ବାପା ଲକ୍ଷ୍ଣଣ ସୁନା ଜଣେ କ୍ରୁଷି ଶ୍ରମିକ । ଆଉ ୯ ପ୍ରାଣୀ କୁଟୁମ୍ୱ କୁ ନେଇ ଏହି ପରିବାର । ବାପା ମାଁ ତିନି ଭଉଣୀ ଓ ଚାରି ଭାଇ ଙ୍କୁ ନେଇ ପରିବାର । ଏମିତି ରେ ବାପା ଲକ୍ଷ୍ଣଣ ଙ୍କ ରୋଜଗାର ସମୁଦ୍ର କୁ ଶଙ୍ଖେ । ମାଁ ଜଣେ ପରିବା ବିକାଳି ଥିବା ବେଳେ ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀ ରେ ପାଠ ପଢୁଥିବା ସମୟରେ ମାଁ ଚାଲିଗଲେ । ଆଉ ଜିତେନ୍ଦ୍ର ମଧ୍ୟ ସ୍କୁଲ ଯିବା ସହ ଗାଁ ରେ କ୍ରୁଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଲେ । ହେଲେ ପାଠ ପଢା ନେଇ ମନରେ ଥିଲା ଅନେକ ଦୁର୍ବଲତା ।Body: ମାଟ୍ରିକ ପରେ ଦାରିଦ୍ର୍ୟ ର ତାଡନା ରେ ପଠପଢା ରେ ଡୋରୀ ଲାଗିଲା । କାମ କରିବାକୁ ସେ ଦୀଲ୍ଲି ଯାଇ ଇନ୍ଦ୍ରପ୍ରସ୍ତ ଗ୍ୟାସ ଲିମିଟେଡ ରେ ହେଲପର ଭାବେ କାମ ଆରମ୍ଭ କଲେ । ପୁଣି କିଛି ଟଙ୍କ । ରୋଜଗାର କରି ଗାଁ କୁ ଫେରି ଗ୍ରାଜୁଏସନ ଶେଷ କଲେ ଆଉ ପରେ ନାଗପୁର ଯାଇ ଆମ୍ୱେଡକରିଜମ୍‍ ଓ ବୁଦ୍ଧିଜମ୍‍ ଉପରେ ରିସର୍ଚ ପରେ ଅ¸୍ରୁଶ୍ୟତା ଓ ଜାତିଆଣ ବିଭେଦ ଉପରେ ଅନେକ କଥା ଜାଣି ପାରି ଇତିହାସ ରେ ଏମ-ଏ-ଏମ-ଫିଲ କରି ସେଠାରେ ହିଷ୍ଟ୍ରି ଅଫ ଆଇଡେଣ୍ଟାଇଜ ଏଠ ଏµକ୍ଲ୍ୟଜନ ଆମ୍ୱେଡକର ଏଠ ଦି ମାର୍ଜିନାଇଜ ରେ ପିଏଚଡି କରୁଛନ୍ତି । Conclusion:ଆଉ ଏବେ ସେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ର ସଭାପତି ପ୍ରାର୍ଥି ।\nସତରେ ଜିତେନ୍ଦ୍ର ଙ୍କ ଏହି ଜୀବନ ସହ ସଂଗ୍ରାମ ଅନେକ ପାଇଁ ଏକ ଉଦାହରଣ ହୋଇ ରହିବ । କଳାହାଠି ରୁ ଅଜିତ ସିଂ ଈ ଟିଭି ଭାରତ ।
ବାଇଟ- ଲକ୍ଷ୍ମଣ ସୁନା (ବାପା)/ ପ୍ରଦୀପ ବେହେରା (ଜିତେନ୍ଦ୍ର ଙ୍କ ସାଙ୍ଗ)
Last Updated : Aug 31, 2019, 11:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.