ETV Bharat / city

ଅପେକ୍ଷା କରନ୍ତୁ, ଦେଶକୁ ନିଲାମ କରିଦେବେ ମୋଦି ସରକାର: ପ୍ରମିଳା ମଲ୍ଲିକ - Modi government will sell country says Pramila Mallik

ଦେଶର ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଏହାକୁ ନେଇ ବିଜେଡି ମଧ୍ୟ ନିଜ ମତ ରଖିଛି । ଅଧିକ ପଢନ୍ତୁ

ପ୍ରମିଳା ମଲ୍ଲିକ
ପ୍ରମିଳା ମଲ୍ଲିକ
author img

By

Published : Jan 3, 2022, 10:43 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ପ୍ରକ୍ରିୟା ଜାରି ରହିଛି । ଏହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଛି । ଆଜି କିଛି ସଂଗଠନ ପକ୍ଷରୁ ନାଲକୋ ଆଗରେ ବିକ୍ଷୋଭ କରାଯାଇଛି । ଏହାକୁ ନେଇ ବିଜେଡି ମଧ୍ୟ ନିଜ ମତ ରଖିଛି ।

ଅପେକ୍ଷା କରନ୍ତୁ, ଦେଶକୁ ନିଲାମ କରିଦେବେ ମୋଦି ସରକାର: ପ୍ରମିଳା ମଲ୍ଲିକ

ବିଜେଡିର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, କେନ୍ଦ୍ର ସରକାର ଘରୋଇ କରଣ ପ୍ରକ୍ରିୟା ବନ୍ଦ କରିବା ଉଚିତ । ସମସ୍ତ ସରକାରୀ ସଂସ୍ଥା ଓ ସମ୍ପତ୍ତିର କଷ୍ଟଡିୟାନ ହେଉଛନ୍ତି କେନ୍ଦ୍ର ସରକାର । ଯେଉଁ ସରକାର ଆସିବେ ଏହି ଦାୟିତ୍ବରେ ରହିବେ । ସରକାର ସରକାରୀ ସଂସ୍ଥାର ମାଲିକ ନୁହଁନ୍ତି ।

ମାଲିକ ଭାବେ କୌଣସି ସମ୍ପତ୍ତି ବିକ୍ରି କରିପାରିବେ ନାହିଁ । ତେବେ ମୋଦି ସରକାର ନିଜକୁ ମାଲିକ ଭାବୁଛନ୍ତି । ସବୁ ସରକାରୀ ସମ୍ପତ୍ତି ବିକ୍ରି କରୁଛନ୍ତି । ଅପେକ୍ଷା କରନ୍ତୁ ଦେଶକୁ ମଧ୍ୟ ନିଲାମ କରି ଦେବେ ବୋଲି ପ୍ରମିଳା କଟାକ୍ଷ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.