ETV Bharat / city

ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ - ନିୟମିତ ହେଲେ କନିଷ୍ଠ ଶିକ୍ଷକ

ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ
ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ
author img

By

Published : Jan 1, 2022, 12:52 PM IST

ଭୁବନେଶ୍ବର: ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ । ୨୦୧୫ରୁ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ଆଜି(ଶନିବାର) ଗଣଶିକ୍ଷା ବିଭାଗ ନିୟମିତ କରିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ନିୟମିତ ହେଲେ ରାଜ୍ୟର ୮,୧୦୨ କନିଷ୍ଠ ଶିକ୍ଷକ

ମନ୍ତ୍ରୀ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହ ନିୟମିତ ହୋଇଥିବା ସମସ୍ତଙ୍କ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାଜ୍ୟରେ ୪୦ ହଜାର ୫୨ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦନ୍ନୋତି ପାଇଛନ୍ତି । କୋରୋନା ସଙ୍କଟ ମଧ୍ୟରେ ଗଣଶିକ୍ଷା ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ସେଥିମଧ୍ୟରୁ କନିଷ୍ଠ ଶିକ୍ଷକଙ୍କୁ ଆନୁଷ୍ଠାନିକ ଭାବେ ନିୟମିତ କରିବା ଅନ୍ୟତମ ବୋଲି ପ୍ରକାଶ କରିଛନ୍ତି ସମୀର ରଞ୍ଜନ ଦାଶ ।

କହିରଖୁଛୁ କି, ଦୀର୍ଘ ଦିନ ହେଲା କନିଷ୍ଠ ଶିକ୍ଷକମାନେ ନିୟମିତ ଚାକିରୀ ଦାବିରେ ଆନ୍ଦୋଳନ କରିଆସୁଥିଲେ । ଶେଷରେ ଗଣଶିକ୍ଷା ବିଭାଗ ୮,୧୦୨ କନିଷ୍ଠ ଶିକ୍ଷକ ନିୟମିତ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.