ETV Bharat / city

କୃଷି ଆଇନ ନେଇ ଚାଲିଛି ଆନ୍ଦୋଳନ, ସମଗ୍ର ଦେଶରେ ଚାଷୀଙ୍କୁ ବୁଝାଇବ ବିଜେପି: ଜୁଏଲ ଓରାମ - mp juel oram

କୃଷି ବିଲକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି । ରାଜ୍ୟର ବିଭିନ୍ନ ମଣ୍ତି ସହ ଦେଶର 700 ଜିଲ୍ଲାକୁ ଯାଇ ନୂତନ ବିଲର ଉପକାରିତା ନେଇ କରିବ ବୈଠକ । ଅଧିକ ପଢନ୍ତୁ...

juel oram reaction on farmer bill
କୃଷି ବିଲକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି :ଜୁଏଲ ଓରାମ
author img

By

Published : Dec 12, 2020, 4:11 PM IST

Updated : Dec 12, 2020, 6:03 PM IST

ଭୁବନେଶ୍ବର: କୃଷି ବିଲକୁ ନେଇ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ବିଭିନ୍ନ କୃଷକ ସଂଗଠନ ଥଣ୍ତା କାକରରେ ପଡି ନିଜ ଜିଦରେ ଅଟଳ ରହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି ।

କୃଷି ବିଲକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି :ଜୁଏଲ ଓରାମ

ଏନେଇ ଏହି ବିଲ ସପକ୍ଷରେ ବିଜେପି ଲୋକଙ୍କୁ ବୁଝାଇବା ପାଇଁ ରାଜ୍ୟର ବିଭିନ୍ନ ମଣ୍ତିକୁ ଯିବ । ଏହାସହ ଦେଶରେ 700 ଜିଲ୍ଲାକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ସେଠାରେ ପ୍ରେସ କନଫରେସ କରିବା ସହ ବୈଠକରେ ଲୋକଙ୍କୁ ନୂତନ ବିଲର ଉପକାରିତା ନେଇ ବୁଝାଇବ । କଂଗ୍ରେସ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି । ଯେଉଁମାନଙ୍କ ପାଖରେ ମୁଦ୍ଦା ନାହିଁ ସେମାନେ ଏପରି କରୁଛନ୍ତି । ସେମାନେ ଚାଷୀଙ୍କ ହିତ ଚାହୁଁନାହାଁନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 12, 2020, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.