ETV Bharat / city

ଜନସେବା ଲାଗି ରାଜନୀତିରେ ଅଛି, ଯାହା ଦାଇତ୍ବ ମିଳିବ ତୁଲାଇବି: ପ୍ରଦୀପ ମାଝୀ

ରାଜ୍ୟରେ ଫାଙ୍କା ପଡିଥିବା 4 ରାଜ୍ୟସଭା ପଦ ଲାଗି ସସପେନ୍ସ ଜାରି ରହିଛି । ରେସରେ ଅନେକ ନେତା ଥିବାବେଳେ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି ହେଭିୱେଟ ପ୍ରଦୀପ ମାଝୀ । ଦକ୍ଷିଣ ଓଡିଶା ସଂଗଠନରେ ଶକ୍ତି ଓ ସମନ୍ଵୟ ସହ ଉଚ୍ଚ ସଦନରେ ରାଜ୍ୟର ପକ୍ଷ ଜୋରଦାର ଲାଗି ପ୍ରଦୀପ ହେଉଛନ୍ତି ଯୋଗ୍ୟ ଚେହେରା । ରାଜ୍ୟସଭା ଟିକେଟ ପକ୍କା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ

author img

By

Published : Apr 21, 2022, 5:44 PM IST

ପ୍ରଦୀପ ମାଝୀ
ପ୍ରଦୀପ ମାଝୀ

ଭୁବନେଶ୍ବର: ରାଜ୍ୟରେ ଫାଙ୍କା ପଡିଥିବା 4 ରାଜ୍ୟସଭା ପଦ ଲାଗି ସସପେନ୍ସ ଜାରି ରହିଛି । ରେସରେ ଅନେକ ନେତା ଥିବାବେଳେ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି ହେଭିୱେଟ ପ୍ରଦୀପ ମାଝୀ । ଦକ୍ଷିଣ ଓଡିଶା ସଂଗଠନରେ ଶକ୍ତି ଓ ସମନ୍ଵୟ ସହ ଉଚ୍ଚ ସଦନରେ ରାଜ୍ୟର ପକ୍ଷ ଜୋରଦାର ଲାଗି ପ୍ରଦୀପ ହେଉଛନ୍ତି ଯୋଗ୍ୟ ଚେହେରା । ରାଜ୍ୟସଭା ଟିକେଟ ପକ୍କା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ । ଜନସେବା ଲାଗି ରାଜନୀତିରେ ଅଛି, ଦଳ ଯାହା ନିର୍ଦ୍ଦେଶ ଦେବ ତାହା କରିବା ଲାଗି ମୁଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରଦୀପ ।

ରାଜ୍ୟସଭା ପଦ ଲାଗି ଚର୍ଚ୍ଚାରେ ଥିବା ଅନେକ ନେତାଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ପ୍ରଦୀପ ମାଝୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳକୁ ଅଧିକ ସଶକ୍ତ କରିବାକୁ ପ୍ରଦୀପଙ୍କୁ ନିଜ ସପକ୍ଷରେ ଆଣିଛି ବିଜେଡି । ପ୍ରଦୀପ ବିଜେଡିରେ ସାମିଲ ହେବାଠାରୁ ସେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଲାଗି ରହିଛି । ଯୁବ ନେତୃତ୍ବ, ସ୍ବଚ୍ଛ ଛବି, ଆଦିବାସୀ ଚେହେରା, ଦୃଢ ସଂଗଠନ ଯୁକ୍ତ ପ୍ରଦୀପଙ୍କର ରହିଛି ବେଶ ଦବଦବା । ତେଣୁ ପ୍ରଦୀପଙ୍କୁ ବ୍ୟବହାର କରି ଅବିଭକ୍ତ କୋରାପୁଟ ଜିଲ୍ଲା ଦଖଲ କରିବାକୁ ଅଣ୍ଟା ଭିଡିଛି ବିଜେଡି । ଜାତୀୟ ରାଜନୀତିରେ ବିଶେଷ ରୁଚି ରଖୁଥିବା ପ୍ରଦୀପ ମଧ୍ୟ ରାଜ୍ୟସଭା ଯିବା ନେଇ ପ୍ରସ୍ତୁତ ଥିବା ଜଣାପଡିଛି ।

ଜନସେବା ଲାଗି ରାଜନୀତିରେ ଅଛି, ଯାହା ଦାଇତ୍ବ ମିଳିବ ତୁଲାଇବି: ପ୍ରଦୀପ ମାଝୀ

ସେପଟେ ରାଜ୍ୟସଭା ଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସିଧାସଳଖ ନହେଲେ ବି ଅଙ୍କେଇ ବଙ୍କେଇ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି । ଦଳ ମୋତେ ଯେଉଁ ଦାୟିତ୍ବ ଦେବ ମୁଁ ତାକୁ ସଠିକ ଭାବେ ଅନୁପାଳନ କରିବି ବୋଲି କହିଛନ୍ତି ପ୍ରଦୀପ । ଆହୁରୀ ମଧ୍ୟ କହିଛନ୍ତି ଯେ, ଲୋକଙ୍କ ସେବା କରିବା ଲାଗି ରାଜନୀତିକୁ ଆସିଛି । ଦଳ ମୋତେ ସଂଗଠନରେ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛି । ମୁଁ ତାକୁ ସଠିକ ଭାବେ ପାଳନ କରୁଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ନବରଙ୍ଗପୁର ଜିଲ୍ଲା ସମେତ ଦକ୍ଷିଣ ଓଡିଶାରେ ଦଳ ବହୁତ ଭଲ ପ୍ରଦର୍ଶନ କରିଛି ।

ଏହା ବି କହିଛନ୍ତି ଯେ, ଜନସେବା ହିଁ ମୋର ଏକମାତ୍ର କାର୍ଯ୍ୟ । ସେଥିପାଇଁ ରାଜନୀତିକୁ ଆସିଛି । ଲୋକଙ୍କ ସହ ପୂର୍ବରୁ ଥିଲି, ଅଛି ଓ ଆଗାମୀ ଦିନରେ ମଧ୍ୟ ରହିବି । ଲୋକଙ୍କ ସେବାକୁ ମୁଁ ସବୁବେଳେ ପ୍ରାଥମିକତା ଦେଇଆସିଛି । ଶେଷ ଜୀବନ ପର୍ଯ୍ୟନ୍ତ ଜନସେବା ଜାରି ରହିବ । କୌଣସି ପଦ ପଦବୀ ଲାଗି ଲାଳାୟିତ ନୁହେଁ । ବିଜେଡିରେ ସାମିଲ ହେବାର ପ୍ରଥମ ଦିନରୁ ମୁଁ ସ୍ପଷ୍ଟ କରିଛି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାର ସେବା କରିବା ଲାଗି ମୁଁ ରାଜନୀତିରେ ଅଛି । ଦଳ ଯାହା ନିର୍ଦ୍ଦେଶ ଦେବ ତାହା କରିବା ଲାଗି ମୁଁ ପ୍ରସ୍ତୁତ ଅଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.