ETV Bharat / city

ଆଜିଠୁ ଜେଇଇ ମେନ ପରୀକ୍ଷା - ଜେଇଇ ଛାତ୍ରଛାତ୍ରୀ

ଆଜି ଠାରୁ ଜେଇଇ ମେନ ପରୀକ୍ଷା । ସକାଳ 9ଟାରୁ 12 ଓ ଅପରାହ୍ନରେ 3ଟାରୁ 6 ଟା ଯାଏଁ ହେବ ପରୀକ୍ଷା । ଅଧିକ ପଢନ୍ତୁ...

ଜେଇଇ ମେନ ପରୀକ୍ଷା
ଜେଇଇ ମେନ ପରୀକ୍ଷା
author img

By

Published : Feb 23, 2021, 8:49 AM IST

ଭୁବନେଶ୍ବର: ଆଜିଠାରୁ ଜେଇଇ ମେନ ପରୀକ୍ଷା । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ 22 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଫେବୃଆରୀ ମାସରେ କେବଳ 6ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ ଠାରୁ 4 ଥର ଜେଇଇ ମେନ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ଚାହିଁଲେ 4ଥର ପରୀକ୍ଷା ଦେଇପାରିବେ । ସେହିପରି ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ । ଏହାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ.ଟି.ଏ ପରିଚାଳନା କରୁଛି ।

ଫେବୃଆରୀ, ମାର୍ଚ୍ଚ, ଅପ୍ରେଲ ଓ ମେ ମାସରେ ପରୀକ୍ଷା ହେବ । ପ୍ରଥମ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ 26 ତାରିଖରେ ଶେଷ ହେବ । 4 ଟି ସେସନ ପାଇଁ ଚଳିତ ଥର ସାରା ଦେଶରୁ ମୋଟ 22 ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଫେବୃଆରୀ 23 ରୁ 26 ତାରିଖ ପାଇଁ 6,61,761 ଜଣ, ମାର୍ଚ୍ଚ 15 ରୁ 18 ତାରିଖ ପାଇଁ 5,04,540 ଜଣ, ଅପ୍ରେଲ 27 ରୁ 30 ତାରିଖ ପାଇଁ 4,98.910 ଜଣ ଓ ମେ 24 ରୁ 28 ତାରିଖ ପାଇଁ 5,09,972 ଜଣ ଆବେଦନ କରିଛନ୍ତି ।

କେବଳ ଓଡିଶାରୁ ପ୍ରାୟ 40 ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ସମ୍ପୂର୍ଣ ଅନଲାଇନ ମୋଡରେ ପରୀକ୍ଷା ହେବାକୁ ଥିବାବେଳେ ରାଜ୍ୟର 16ଟି ସହରରେ ପ୍ରାୟ 85 ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡକୁ ଆଖିରେ ରଖି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରିବାକୁ ଏନଟିଏ ନିଷ୍ପତି ନେଇଛି । ପ୍ରଥମ ସିଟିଂ ସକାଳ 9 ରୁ 12 ଓ ଦ୍ଵିତୀୟ ସିଟିଂ ଅପରାହ୍ନ 3 ରୁ 6 ଯାଏ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.