ETV Bharat / city

ରାଜଧାନୀରେ ପଞ୍ଚାୟତ ନିର୍ବାଚନ ନେଇ ମୁହଁ ଖୋଲିଲେ ସୁର

author img

By

Published : Jul 17, 2021, 10:49 PM IST

ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ BMCରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କମିଶନରଙ୍କ ଉପରେ ବର୍ଷିଲେ ସୁର । ଅଧିକ ପଢନ୍ତୁ...

ରାଜଧାନୀରେ ପଞ୍ଚାୟତ ନିର୍ବାଚନ ନେଇ ମୁହଁ ଖୋଲିଲେ ସୁର
ରାଜଧାନୀରେ ପଞ୍ଚାୟତ ନିର୍ବାଚନ ନେଇ ମୁହଁ ଖୋଲିଲେ ସୁର

ଭୁବନେଶ୍ଵର: ଦିନକୁ ଦିନ ରାଜଧାନୀରେ ଜନସଂଖ୍ୟା ବଢିବାରେ ଲାଗିଛି । ଆଉ ରାଜଧାନୀକୁ ଲାଗିକରି ଥିବା ପଞ୍ଚାୟତ ଗୁଡିକରେ ବଢି ଚାଲିଛି ଲୋକଙ୍କ ସଂଖ୍ୟା । ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏନେଇ ପଞ୍ଚାୟତ ଗୁଡିକରେ ତତ୍ପରତା ପ୍ରକାଶ ପାଇବାରେ ଲାଗିଛି । ଏନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି କି ନିର୍ବାଚନ ପାଇଁ ଅସ୍ଥିର ନ ହୋଇ ପ୍ରଥମେ ସର୍ଭେ କରାଯାଉ ଭୋଟର ସଂଖ୍ୟା କେତେ ଏବଂ ତା ପରେ ଯାଇ ଭୋଟ କଥା ଚିନ୍ତା କରିବେ ସରକାର ।

ସେପଟେ ରାଜଧାନୀରେ ଡେଙ୍ଗୁ ଆତଙ୍କକୁ ନେଇ BMC କମିଶନର ସଞ୍ଜୟ ସିଂଙ୍କୁ ସୁର ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରର ନୀଳାଦ୍ରି ବିହାର, କଳ୍ପନାଛକ, ଶୈଳଶ୍ରୀ ବିହାର ଅଞ୍ଚଳରେ ଡେଙ୍ଗୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଲାଣି । ୩ବର୍ଷ ପୂର୍ବେ ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ ସୁସ୍ଥ ଏବଂ ପରିବେଶକୁ ସୁନ୍ଦର ରଖିବା ପାଇଁ ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ତାହା ଏବେ ଖତ ଖାଉଛି । ଆଉ ଏଥିପ୍ରତି ବିଏମସିର ନିଘା ନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଇକେଲ ଗୁଡିକ ଆସିଥିଲା ରାଜଧାନୀ ବାସୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି କରାଯାଇଥିବା ଯୋଜନା ଏବେ କିନ୍ତୁ ବାସ୍ତବିକ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି । ଏ ନେଇ କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ କଡା ଭାଷାରେ ଏହାକୁ ବିରୋଧ କରିଛନ୍ତି ।

ଭୁବନେଶ୍ଵରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.