ETV Bharat / city

Human Sagar Controversy: ଜାପାନୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ବବୁଲ

author img

By

Published : May 21, 2022, 7:46 AM IST

Updated : May 21, 2022, 4:15 PM IST

ଜାପାନୀଙ୍କ ଅଭିଯୋଗ ପରେ ସାଗର ସଙ୍ଗମ ମେଲୋଡିର ମୁଖ୍ୟ ଏମଡି ଅଦିଦ ଓରଫ ବବୁଲଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ହ୍ୟୁମାନ ଏବଂ ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ଅଧିକ ପଢନ୍ତୁ

Human Sagar Controversy: ଜାପାନୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ବବୁଲ
Human Sagar Controversy: ଜାପାନୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ବବୁଲ

ଭୁବନେଶ୍ବର: ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ଏବେ ସବୁଠି ଚର୍ଚ୍ଚା । ତାହା ପୁଣି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଗୀତ ପାଇଁ । ଆଉ ଏହି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ହ୍ୟୁମାନଙ୍କ ସହଯୋଗୀ ତଥା ସାଗର ସଙ୍ଗମ ମେଲୋଡିର ମୁଖ୍ୟ ଏମଡି ଅଦିଦ ଓରଫ ବବୁଲ । ତେବେ ‘‘ହେ ନବୀନ ବାବୁ ଆମେ ତମ ଫ୍ୟାନ.. ଏ ମନ ମୋ ମନ.. କାହିଁକି ମନେ ପଡୁ ଏତେ’’ ଏଭଳି ଅନେକ ଗୀତ ଏକାଠି ଗାଉଥିଲେ ତପୁ, ଜାପାନୀ ଓ ହୁମାନ । ଏକାଠି ଥିଲେ କିଛି ନଥିଲା। ଜଣେ ଲେଖୁଥିଲେ, ଆଉ ଜଣେ ନିର୍ଦ୍ଦେଶନା ଦେଉଥିଲେ ଓ ଶେଷରେ ଜଣେ ଗାଉଥିଲେ । ଆଉ ତାହା ବି ହିଟ ହେଉଥିଲା । ହେଲେ ଏବେ ସେମାନଙ୍କ ଭିତରେ ଫାଟ ବାରି ହୋଇପଡୁଛି । ଜାପାନୀ ଅଭିଯୋଗ କରିଛନ୍ତି ଯେ, ଜଗନ୍ନାଥ ଭଜନ ଗାଇବାକୁ କହିଲେ ବୋଲି ତାଙ୍କୁ ଆସିଲା ଧମକ।

ଭୁବନେଶ୍ବର ଖାରବେଳ ନଗର ଥାନାରେ ଜାପାନୀ ହ୍ୟୁମାନ ସାଗର ଏବଂ ବବୁଲଙ୍କ ନାଁରେ ଏତଲା ଦେବା ପରେ ସାଗର ସଙ୍ଗମ ମେଲୋଡିର ମୁଖ୍ୟ ଏମଡି ଅଦିଦ ଓରଫ ବବୁଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘‘ଆଗକୁ ରଥଯାତ୍ରା ଆସୁଥିବାରୁ ସେ ଓ ହ୍ୟୁମାନ ମିଶି କାଳିଆ ଠାକୁରଙ୍କ ଏକ ଅଡିଓ ରିଲିଜ ସରିଛି । ଏହା ଗୁଣ୍ଡିଚା ଜାତକୁ ମାର୍କେଟକୁ ଆସିବ । ତା’ ଛଡା ହ୍ୟୁମାନ କମୋର୍ସିଆଲ ଟ୍ରେଣ୍ଡରେ ଥିବାରୁ ମନା କରିଛନ୍ତି । ଦିନକୁ ଦିନ ହ୍ୟୁମାନଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ସେ ଦୃଷ୍ଟିରୁ ଅସହିଷ୍ଣୁ ହୋଇ ଢେଙ୍କାନାଳର ଏକ କାର୍ଯ୍ୟକ୍ରମରେ ହ୍ୟୁମାନଙ୍କ ବିରୋଧରେ ସଂହାରପୂର୍ଣ୍ଣ ତଥା ବାଧିଲା ଭଳି ଟିପ୍ପଣୀ ଦେବା ସହ ଥାନାକୁ ଚକ୍ରାନ୍ତ କରି ଟଣାଯାଇଛି ।’’

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 21, 2022, 4:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.