ଭୁବନେଶ୍ବର: ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ମିଳିବା ଘଟଣାରେ ହାତ ଟେକିଦେଲା ପୋଲିସ । କଙ୍କାଳର ପରିଚୟ ପାଇବା ପାଇଁ ଶେଷ ରାସ୍ତା ପୁରସ୍କାର ରାଶି ଘୋଷଣା କରିବା । ତେଣୁ ଆଜି(ମଙ୍ଗଳବାର) ଏନେଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ଡିସିପି ।
ମହିଳାଙ୍କ ପରିଚୟ ଦେଲେ ପୁରସ୍କାର ମିଳିବ । କେତେ ଟଙ୍କା ଅର୍ଥ ରାଶି ଘୋଷଣା କରାଯିବ ସେନେଇ ନିଷ୍ପତି ନେବେ ପୋଲିସ କମିଶନର । ମହିଳାଙ୍କ ପରିଚୟ ପାଇଁ କଙ୍କାଳରୁ ସ୍କେଚ ବାହାର କରି ପୋଷ୍ଟର ଲଗାଇଛି ପୋଲିସ । ତଥାପି ମିଳୁନି ପୋଲିସକୁ ଲିଙ୍କ୍ । ଫଳରେ ଶେଷରେ ଉପାୟ ଶୂନ୍ୟ ହୋଇ ଅର୍ଥ ରାଶି ଘୋଷଣା କରିବା ପନ୍ଥା ଆପଣାଇବାକୁ ଚିନ୍ତା କରିଛନ୍ତି ଭୁବନେଶ୍ବର ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ