ETV Bharat / city

ଜନତା କର୍ଫ୍ୟୁ: ରେଳଷ୍ଟେସନରେ ହନ୍ତସନ୍ତ ଯାତ୍ରୀ - Janata Curfew

ରେଳ ଷ୍ଟେସନରେ ଫସି ରହିଛନ୍ତି ଅନେତ ଯାତ୍ରୀ । ଯେଉଁମାନେ ନିଜ ଗାଁକୁ ଫେରିବା ପାଇଁ ବସ କିମ୍ବା କୌଣସି ଗାଡି ପାଉ ନାହାନ୍ତି ।

janata-curfew-people-are-facing-problems-at-railway-station-for-returning-theri-home
ଜନତା କର୍ଫ୍ୟୁ: ରେଳ ଷ୍ଟେସନରେ ହନ୍ତସନ୍ତ ଘର ଫେରନ୍ତା ଯାତ୍ରୀ
author img

By

Published : Mar 22, 2020, 5:42 PM IST

ଭୁବନେଶ୍ବର: ସାରା ଦେଶରେ ଲାଗୁ ହୋଇଛି ଜନତା କର୍ଫ୍ୟୁ । ଯାହାର ପ୍ରଭାବ ରାଜଧାନୀର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେବେ ଯାତାୟତ ସେବା ସବୁ ଠପ ହୋଇଥିବାରୁ ବାହାର ରାଜ୍ୟରୁ ଫେରୁଥିବା ଲୋକେ ଏବେ ହନ୍ତସନ୍ତ । ରେଳ ଷ୍ଟେସନରେ ଫସି ରହିଛନ୍ତି ଅନେତ ଯାତ୍ରୀ ଯେଉଁମାନେ ନିଜ ଗାଁକୁ ଫେରିବା ପାଇଁ ବସ କିମ୍ବା କୌଣସି ଗାଡି ପାଉ ନାହାନ୍ତି ।

ଜନତା କର୍ଫ୍ୟୁ: ରେଳ ଷ୍ଟେସନରେ ହନ୍ତସନ୍ତ ଘର ଫେରନ୍ତା ଯାତ୍ରୀ

ଏପରିକି ସେମାନଙ୍କୁ ଷ୍ଟେସନ ଭିତରେ ରହିବାକୁ ଦିଆଯାଉ ନଥିବା କହିଛନ୍ତି ଯାତ୍ରୀ । ରାସ୍ତରେ ମଧ୍ୟ ଜମ ନ ହେବାକୁ ନିର୍ଦ୍ଦେଶ ଦିଆଯଆଉଛି । ଅନ୍ୟପଟେ ସେମାନଙ୍କୁ ଷ୍ଟେସନର ପାଣି ଟ୍ୟାପରୁ ମଧ୍ୟ ପାଣି ଆଣିବାକୁ ବାରଣ କରଯାଉଛି । ଏପରି ସ୍ଥଳରେ ଯାତ୍ରୀମାନେ ଅଖିଆ ଅପିଆ ରେଳ ଷ୍ଟେସନରେ ପଡି ରହିଛନ୍ତି ।

ତେଣୁ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ କିଛି ବ୍ୟବସ୍ଥା କରିବାଯାଉ ବୋଲି ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ପୋଲିସ ପ୍ରଶାସନ ‘‘ମୋ ବସ’’ କତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି 2ଟି ବସ ଦ୍ୱାରା ସେମାନଙ୍କୁ କଟକ ଓ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚାଇବାର ବ୍ୟବସ୍ଥା କରୁଥିବା କହିଛନ୍ତି । ତେବେ ଆହୁରି ଅନେକ ଯାତ୍ରୀ ପୋଲସରା, ଭଦ୍ରକ ଓ ଅନ୍ୟାନ୍ୟ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରିଥବାବେଳେ ସେମାନଙ୍କୁ ଛାଡିବା ପାଇଁ କଣ ବ୍ୟବସ୍ଥା କରାଯାଉଛି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.