ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା: ଯାଜପୁର ଏସପିଙ୍କୁ ବିଜେପିର ଟାର୍ଗେଟ, ଆନ୍ଦୋଳନ ଚେତାବନୀ

author img

By

Published : Oct 19, 2019, 10:17 PM IST

ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଯାଜପୁର ଏସପିଙ୍କୁ ବିଜେପିର ଜୋରଦାର ସମାଲୋଚନା । ଜଣେ ମୃତ ମହିଳାଙ୍କ ଚରିତ୍ରକୁ ଏସି ସଂହାର କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ସ୍ମିତାଙ୍କ ପରିବାରକୁ ନ୍ୟାୟ ନମିଳିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ନେଇ ବର୍ଷିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଯାଜପୁର ପୋଲିସ ଉପରେ ଜୋରଦାର ସମାଲୋଚନା କରିଛନ୍ତି । ଏସପିଙ୍କୁ ସିଧା ସିଧା ନିଶାନା କରି ଲେଖାଶ୍ରୀ କହିଛନ୍ତି ଯାଜପୁର ଏସପି କଣ ଅଭିଯୁକ୍ତର ମୁଖପାତ୍ର କି ବୋଲି ପ୍ରଶ୍ନ ଉଠାଇଛନ୍ତି ? ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ୟମ କରିବା କଣ ପୋଲିସର ଭୂମିକା କି ବୋଲି ପ୍ରଶ୍ନ କରିଛନ୍ତି ।

ଲେଖାଶ୍ରୀ ପଚାରିଛନ୍ତି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ କାହିଁକି ଛାଡିଦେଲା ? ଯେଉଁ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ସେହି ଗେଷ୍ଟ ହାଉସର ସିସିଟିଭି କାହିଁକି ତଦନ୍ତରେ ସାମିଲ କରାଯାଇନି ? ଉକ୍ତ ଗେଷ୍ଟ ହାଉସକୁ ସିଲ କଣ ପାଇଁ ପୋଲିସ କରିନି ? ଯେଉଁ ସ୍କର୍ପିଓରେ ସ୍ମିତାରାଣୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ସେ ଗାଡି କାହାର ? ସେ ଗାଡି ଏବେ କୋଉଁଠି । ଜବତ କଣ ପାଇଁ ହୋଇନାହିଁ । ଅନ୍ୟ 4ଜଣ ଅଭିଯୁକ୍ତ ତଥା ବିଜେଡିର ସମିତି ସଭ୍ୟ ଥିବା 2ଜଣ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କର ଏହି ହତ୍ୟାକାଣ୍ଡରେ ଭୂମିକା କଣ ବୋଲି ଦଳ ପଚାରିଛି । ଏବଂ ବିଜେପି ପଚାରିଥିବା ମୌଳିକ ପ୍ରଶ୍ନର ଉତ୍ତର ନଦେଇ ଏସପି ଜଣେ ମୃତା ମହିଳାଙ୍କ ଚରିତ୍ର ସଂହାର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଯାଜପୁର ଏସପିଙ୍କୁ ଆହୁରି ଆଟାକ କରି କହିଛନ୍ତି ଏସପିଙ୍କ ଯଦି ରାଜନୀତି କରିବାରେ ଅଛି ୟୁନିଫର୍ମ ଓହ୍ଲାଇ ରାଜନୀତିରେ ସାମିଲ ହୁଅନ୍ତୁ । ଶାସକ ଦଳର ପ୍ରଭାବରେ ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ରଫାଦଫା କରିବାକୁ ଯୋଜନା କରୁଛି । ଏହାସହ ଲେଖାଶ୍ରୀ ଚେତାବନୀ ଦେଇ କହିଛନ୍ତି ଯଦି ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ନମିଳେ ବିଜେପି ଭୟଙ୍କର ଆନ୍ଦୋଳନ କରିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରୂପେଶ ଭଦ୍ରାଙ୍କ ମୁଖପାତ୍ର ପାଲଟିଛନ୍ତି sp
ତଦନ୍ତ ସରିନି , କାହାର ଓକିଲ sp
ଆଗକୁ ହେବ ଭୟଙ୍କର ଆନ୍ଦୋଳନ
Police ତଦନ୍ତ ନକରି ମୁଖପାତ୍ର ସାଜିଛି
ମଲାପରେ ବି ମହିଳାଙ୍କ ଚରିତ୍ର ସଁହାର କରାଯାଇଛି
ଲେଖାଶ୍ରୀ ସାମନ୍ତ ସିଂହାର , ବଜେପି ନେତ୍ରୀ , ସାମ୍ବାଦିକ ସମ୍ମିଳନୀBody:ରୂପେଶ ଭଦ୍ରାଙ୍କ ମୁଖପାତ୍ର ପାଲଟିଛନ୍ତି sp
ତଦନ୍ତ ସରିନି , କାହାର ଓକିଲ sp
ଆଗକୁ ହେବ ଭୟଙ୍କର ଆନ୍ଦୋଳନ
Police ତଦନ୍ତ ନକରି ମୁଖପାତ୍ର ସାଜିଛି
ମଲାପରେ ବି ମହିଳାଙ୍କ ଚରିତ୍ର ସଁହାର କରାଯାଇଛି
ଲେଖାଶ୍ରୀ ସାମନ୍ତ ସିଂହାର , ବଜେପି ନେତ୍ରୀ , ସାମ୍ବାଦିକ ସମ୍ମିଳନୀConclusion:ରୂପେଶ ଭଦ୍ରାଙ୍କ ମୁଖପାତ୍ର ପାଲଟିଛନ୍ତି sp
ତଦନ୍ତ ସରିନି , କାହାର ଓକିଲ sp
ଆଗକୁ ହେବ ଭୟଙ୍କର ଆନ୍ଦୋଳନ
Police ତଦନ୍ତ ନକରି ମୁଖପାତ୍ର ସାଜିଛି
ମଲାପରେ ବି ମହିଳାଙ୍କ ଚରିତ୍ର ସଁହାର କରାଯାଇଛି
ଲେଖାଶ୍ରୀ ସାମନ୍ତ ସିଂହାର , ବଜେପି ନେତ୍ରୀ , ସାମ୍ବାଦିକ ସମ୍ମିଳନୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.