ETV Bharat / city

Rajya Sabha: ଜୟପୁର ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ: ବିଜେଡି ସାଂସଦ - ଜୟପୁର ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ

କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭାରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ । ଅଧିକ ପଢନ୍ତୁ

EtvRajya Sabha Bharat
EtvRajya Sabha Bharat
author img

By

Published : Aug 3, 2022, 7:56 PM IST

ନୂଆଦିଲ୍ଲୀ/ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭାରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ ।

ଜୟପୁର ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ: ବିଜେଡି ସାଂସଦ

ମାନସ କହିଛନ୍ତି ଯେ, ଉଡାନ ଯୋଜନାରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ୨ ଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା । ସେହି ଅନୁସାରେ ୨୦୧୭ରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ୨ଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା ।

ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟରେ ବାକିଥିବା କାର୍ଯ୍ୟ ଖୁବ୍‌ଶିଘ୍ର ଶେଷ କରିବା ସହ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ମାନସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.